ଅପରେସନ ଗ୍ରୀନ କ୍ଲିନ: ୨୨,୫୦୦ ଗଂଜେଇ ନଷ୍ଟ କଲେ ଅବକାରୀ, ପୁଲିସ

ଜିଲ୍ଲାର ପୁଲିସ ଏବଂ ଅବକାରୀ ବିଭାଗ ସଜାଗ ହୋଇଯାଇଛି। ଜିଲ୍ଲା ଦୁର୍ଗମ ଅଂଚଳରେ ଏକର ଏକର ଜମିରେ ଗଂଜେଇ ଚାଷ ହେଉଥିବା ନେଇ ସୂଚନା ପାଇବା ପରେ ଏବେ ଜିଲ୍ଲା ପୁଲିସ ଏବଂ ଅବକାରୀ କର୍ମଚାରୀ ଗଂଜେଇ ଗଛ ନଷ୍ଟ କରିବାରେ ତତ୍ପରତା ଦେଖାଉଛନ୍ତି।

Mkg Ganja plant destroyed

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗଂଜେଇ ଅମଳ ସମୟ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପୁଲିସ ଏବଂ ଅବକାରୀ ବିଭାଗ ସଜାଗ ହୋଇଯାଇଛି। ଜିଲ୍ଲା ଦୁର୍ଗମ ଅଂଚଳରେ ଏକର ଏକର ଜମିରେ ଗଂଜେଇ ଚାଷ ହେଉଥିବା ନେଇ ସୂଚନା ପାଇବା ପରେ ଏବେ ଜିଲ୍ଲା ପୁଲିସ ଏବଂ ଅବକାରୀ କର୍ମଚାରୀ ଗଂଜେଇ ଗଛ ନଷ୍ଟ କରିବାରେ ତତ୍ପରତା ଦେଖାଉଛନ୍ତି। ଏହି କ୍ରମରେ ଆଜି ଯୋଡାମ୍ବ ପୁଲିସ ଓ ମାଲକାନଗିରି ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଯୋଡାମ୍ବ ଥାନା ଅନ୍ତର୍ଗତ ଯୋଡାମ୍ବ ପଞ୍ଚାୟତର ପଲାସପଦର ଗ୍ରାମ ପାର୍ଶ୍ଵ ଜଙ୍ଗଲ ରେ ଚଢ଼ଉ କରାଯାଇଥିଲା।

ଚଢ଼ଉ ବେଳେ ୧୫ ଏକର ଜମିରେ ଚାଷ ହୋଇଥିବା ୨୨,୫୦୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପଚିଶ ଲକ୍ଷ ଟଙ୍କା ହେବ। ଏନେଇ ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଗଞ୍ଜେଇ ଚାଷ ହୋଇଥିବା ଜମିର ଯାଞ୍ଚ କରାଯାଇ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗକୁ ଅନୁରୋଧ କରାଯାଇଛି।

ଜିଲ୍ଲା ପୁଲିସ ଏବଂ ଅବକାରୀ କର୍ମଚାରୀ ଗଂଜେଇ ଗଛ ନଷ୍ଟ କରିବାରେ ତତ୍ପରତା ଦେଖାଉଛନ୍ତି। ଏହି କ୍ରମରେ ଆଜି ଯୋଡାମ୍ବ ପୁଲିସ ଓ ମାଲକାନଗିରି ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଯୋଡାମ୍ବ ଥାନା ଅନ୍ତର୍ଗତ ଯୋଡାମ୍ବ ପଞ୍ଚାୟତର ପଲାସପଦର ଗ୍ରାମ ପାର୍ଶ୍ଵ ଜଙ୍ଗଲ ରେ ଚଢ଼ଉ କରାଯାଇଥିଲା।

ରିପୋର୍ଟ ମିଳିବା ପରେ ଅବକାରୀ ଓ ପୁଲିସ ବିଭାଗ ତରଫରୁ ଚାଷୀକୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଚଢ଼ଉ ସମୟରେ ଅବକାରୀ ବିଭାଗ ତରଫରୁ ଅବକାରୀ ଉପ ଅଧୀକ୍ଷକ ଟଙ୍କଧର ଭୋଇ, ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ, ସବ୍ ଇନ୍ସପେକ୍ଟର ଅଶେଷ କୁମାର ନାୟକ, ଅମିୟ କୁମାର ଖଞ୍ଜା, ଦୀପକ କୁମାର ସାମଲ, ରମେଶ ଚନ୍ଦ୍ର ସାହୁକାର, ଏଏସଆଇ ରାମ ଚନ୍ଦ୍ର ହନ୍ତାଳ, ଜେମେସ ମାଲଖମ୍ ସାହୁ ଉପସ୍ଥିତ ଥିଲେ। ପୁଲିସ ବିଭାଗ ତରଫରୁ ଯୋଡାମ୍ବ ଥାନାର ଆଇଆଇସି ସଞ୍ଜୟ କୁମାର ପଦସେଠୀ ଏବଂ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସମେତ ଡିଭିଏଫ ଯବାନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe