ରାଜ୍ୟରେ ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀ ଖାଲି ପଡ଼ିଛି: ଅର୍ଥମନ୍ତ୍ରୀ

ରାଜ୍ୟରେ ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀ ଖାଲି ପଡ଼ିଛି: ଅର୍ଥମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଏବେ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡ଼ିଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସଂପ୍ରତି ୩ ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତେବେ ଏବେ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡ଼ିଛି।

ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକାଭିତ୍ତିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ବାର୍ଷିକ ସମୀକ୍ଷା ରିପୋର୍ଟରେ ସ୍ଥାନ ପାଏ ନାହିଁ। ଏନେଇ ପ୍ରତି ବିଭାଗରେ ସବିଶେଷ ବିବରଣୀ ଉପଲବ୍ଧ। ଅର୍ଥ ବିଭାଗରେ ୭୮ ଜଣ ଠିକାଭିତ୍ତିକ ଓ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀ ନିୟୋଜିତ ଥିବା ‌ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe