୨୨ରେ ‘ସମ୍ବାଦ’ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା

Advertisment

‘ସମ୍ବାଦ’ର ୪୧ତମ ସ୍ବନକ୍ଷତ୍ର ଅବସରରେ ଆସନ୍ତା ୨୨ ତାରିଖ ରବିବାର ଦିନ ବାର୍ଷିକ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭୁବନେଶ୍ବର ଓ କଟକ ସମେତ ଯାଜପୁର, ଅନୁଗୁଳ, ବାଲେଶ୍ବର...

‘ସମ୍ବାଦ’ର ୪୧ତମ ସ୍ବନକ୍ଷତ୍ର ଅବସରରେ ଆସନ୍ତା ୨୨ ତାରିଖ ରବିବାର ଦିନ ବାର୍ଷିକ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭୁବନେଶ୍ବର ଓ କଟକ ସମେତ ଯାଜପୁର, ଅନୁଗୁଳ, ବାଲେଶ୍ବର...

୧୬ରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ‘ଶିକ୍ଷା ସମ୍ବାଦ’

ଭୁବନେଶ୍ବର: ‘ସମ୍ବାଦ’ର ୪୧ତମ ସ୍ବନକ୍ଷତ୍ର ଅବସରରେ ଆସନ୍ତା ୨୨ ତାରିଖ ରବିବାର ଦିନ ବାର୍ଷିକ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭୁବନେଶ୍ବର ଓ କଟକ ସମେତ ଯାଜପୁର, ଅନୁଗୁଳ, ବାଲେଶ୍ବର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁର ଆଦି ୯ଟି ଜୋନ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇପାରିବେ। ଏଥିପାଇଁ ଅନଲାଇନ୍ ‌ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ https://competition.sambad.in/ରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣରେ କୌଣସି ସମସ୍ୟା ଦେଖାଦେଲେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଆସି ସିଧାସଳଖ ପ୍ରତିଯୋଗିତାରେ ଭାଗ ନେଇପାରିବେ।

୯ଟି ଜୋନ୍‌ରେ ହେବ ପ୍ରତିଯୋଗିତା
ଆରମ୍ଭ ହୋଇଛି ଅନଲାଇନ୍‌ ପଞ୍ଜୀକରଣ
ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେବେ

ଏଥିପାଇଁ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଆଣିବାକୁ ପଡ଼ିବ। ସାରେଗାମା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ଭଜନ ଓ ଲଘୁ ସଙ୍ଗୀତ ଗାଇପାରିବେ। ସେମାନଙ୍କୁ ବାଦ୍ୟଯନ୍ତ୍ରର ସହାୟତା ଯୋଗାଇ ଦିଆଯିବ। କୌଣସି ଅଶ୍ଳୀଳ ଓ ଦ୍ବିଅର୍ଥବୋଧକ ଗୀତ ଗାଇପାରିବେ ନାହିଁ। ସେହିପରି ବିତର୍କ ପ୍ରତିଯୋଗିତାର ବିଷୟବସ୍ତୁ ପ୍ରତିଯୋଗିତା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପ୍ରଦାନ କରାଯିବ। ଜୋନସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର ତିନି ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ପାଇଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ପାଇଁ ୭ ହଜାର ୫୦୦ ଏବଂ ତୃତୀୟ ପୁରସ୍କାର ବାବଦ ୫ ହଜାର ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ପ୍ରତିଯୋଗିତା ସଂପର୍କରେ ଅଧିକ ସୂଚନା ପାଇଁ ନିୟମିତ ‘ସମ୍ବାଦ’ ପଢ଼ିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe