କଟକ ଜିଲ୍ଲାରେ ପୁଣି ୨୩ ଜଣଙ୍କୁ କରୋନା: ଶିଶୁ ଭବନରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ, ଏସ୍‌ସିବିରୁ ୭ ଜଣ କର୍ମଚାରୀ ପଜିଟିଭ

କଟକ ଜିଲ୍ଲାରେ ପୁଣି ୨୩ ଜଣଙ୍କୁ କରୋନା: ଶିଶୁ ଭବନରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ, ଏସ୍‌ସିବିରୁ ୭ ଜଣ କର୍ମଚାରୀ ପଜିଟିଭ

image source--long island press

କଟକ: ଆଜି କଟକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭ ଜଣ ଏସ୍‌ସିବିର କର୍ମଚାରୀ ଅଛନ୍ତି। ଏସ୍‌ସିବିର ଆଇସୋଲେସନ ଓ୍ଵାର୍ଡରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଚୌଦ୍ୱାର ଅଂଚଳରେ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଶିଶୁ ଭବନରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଜଗତପୁରସ୍ଥିତ ଏକ ଘରୋଇ ହସ୍‌ପିଟାଲରୁ ଜଣେ, ଜଗତ୍‌ପୁର ପୀରବଜାରରୁ ଜଣେ, ଆଠଗଡ଼ରୁ ୩ ଜଣ ଓ ବଡ଼ମ୍ବାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏସ୍‌ସିବିରୁ ଏପର୍ଯ୍ୟନ୍ତ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

ସେପଟେ ହଟ୍‌ସ୍ପଟ ଜୋନ୍‌ରୁ କଟକ ସହର ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଗଂଜାମ, ଗଜପତି, ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରୁ ଆସିଲେ କ୍ୱାରେଣ୍ଟାଇନରେ ରହିବାକୁ ହେବ। ସେହିଭଳି କଟକ ଜିଲ୍ଲାର ୫ଟି ବ୍ଲକ ନରସିଂହପୁର, ବଡ଼ମ୍ବା, ମାହାଙ୍ଗା, ନିଶ୍ଚିନ୍ତକୋଇଲି ଓ ତିଗିରିଆରୁ ଆସିଲେ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ ହେବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe