ଋଣ ପରିଶୋଧ ନୋହିଲା; ବନ୍ଦ ହେଲା ୨୩୧ ଉଦ୍ୟୋଗ

ଋଣ ପରିଶୋଧ ନୋହିଲା; ବନ୍ଦ ହେଲା ୨୩୧ ଉଦ୍ୟୋଗ

ଭୁବନେଶ୍ବର : ରାଜ୍ୟରେ ଋଣ ପରିଶୋଧ ନ କରି ବନ୍ଦ ହୋଇଛି ୨୩୧ଟି ଉଦ୍ୟୋଗ। ଏଥିରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୮୦, ମୟୂରଭଞ୍ଜ ୬୪, କୋରାପୁଟ ୨୮, ନୂଆପଡ଼ା ୨୬, କେନ୍ଦ୍ରାପଡ଼ା ୧୮ ଓ ବରଗଡ଼ ୧୫ଟି ଉଦ୍ୟୋଗ ବନ୍ଦ ହୋଇଛି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ରଖିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ଶ୍ରୀ ଦେବ କହିଛନ୍ତି ଯେ ଗତ ୫ବର୍ଷରେ ରାଜ୍ୟରେ ସମୁଦାୟ ୧୬,୫୬୦ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମୁଦାୟ ୧,୧୪,୧୩୪.୪୮ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କରୁ ଋଣ କରିଛନ୍ତି। ଋଣ ପରିଶୋଧ ନ କରି ବନ୍ଦ ହୋଇଥିବା ୨୩୧ଟି ଉଦ୍ୟୋଗ ଗୁଡ଼ିକ ଘରୋଇ ମାଲିକାନାରେ ସ୍ଥାପିତ ହୋଇଥିବାରୁ ସେଗୁଡ଼ିକର ପୁନରୁଦ୍ଧାର ପାଇଁ କୌଣସି ସରକାରୀ ଯୋଜନା ନାହିଁ। ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଜାରି କରାଯାଇଥିବା ନିର୍ଦେଶନାମା ଅନୁଯାୟୀ ବ୍ୟବସାୟିକ ବ୍ୟାଙ୍କମାନେ ପ୍ରାରମ୍ଭିକ ଋଗ୍‌ଣ ଉଦ୍ୟୋଗମାନଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା ରହିଛି। ସେମାନଙ୍କର ଷ୍ଟ୍ରେସ୍ କମିଟି ମାଧ୍ୟମରେ କରେକ୍ଟିଭ୍ ଆକ୍ସନ୍ ପ୍ଲାନ୍(ସିଏପି) ଦ୍ବାରା ଷ୍ଟ୍ରେସ୍ ଆକାଉଣ୍ଟଗୁଡ଼ିକୁ ସଂଶୋଧନ ଓ ପୁନର୍ଗଠନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe