ରାଜ୍ୟର ୩୯୩୩ ଗାଁରେ ପ୍ରତିଷ୍ଠା ୨୩୮୦ଟି ମୋବାଇଲ ଟାୱାର

Advertisment

ସମସ୍ତ ୩୨୧୯ କୋଟି ଟଙ୍କା ବହନ କରିବେ ଭାରତ ସରକାର

ସମସ୍ତ ୩୨୧୯ କୋଟି ଟଙ୍କା ବହନ କରିବେ ଭାରତ ସରକାର

ରାଜ୍ୟର ୩୯୩୩ ଗାଁରେ ପ୍ରତିଷ୍ଠା ୨୩୮୦ଟି ମୋବାଇଲ ଟାୱାର

ଭୁବନେଶ୍ୱର: ମୋଦୀ ସରକାର ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ବଢ଼ାଇବା ପାଇଁ ଯୋଜନା ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ସେମିକଣ୍ଡକ୍ଟରର ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସିଲିକା ଓ ମଧୂର ଜଳର ବିଶେଷ ସୁବିଧା ରହିଛି । ତେଣୁ ଓଡ଼ିଶାର ବିକାଶ ପାଇଁ ରାଜ୍ୟରେ ‘ସେମି କଣ୍ଡକ୍ଟର ୟୁନିଟ୍‌’ ପ୍ରତିଷ୍ଠା ପାଇଁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଅଶ୍ୱିନୀ ବୈଷ୍ଣବଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରସ୍ତାବିତ
‘ସେମି କଣ୍ଡକ୍ଟର ୟୁନିଟ୍‌’ ହେବା ଦ୍ୱାରା ପୂର୍ବ ଭାରତ ସମେତ ଓଡିଶାର ବିକାଶ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ୩ ହଜାର ୯୩୩ ଗାଁରେ ୨୩୮୦ଟି ମୋବାଇଲ ଟାୱାର ଏବଂ ୧୧ଟି ଜିଲ୍ଲାରେ ୨୭୨ଟି ନୂତନ ପୋଷ୍ଟ ଅଫିସ ସ୍ଥାପନା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ବିକାଶ ପର୍ଯ୍ୟାୟ କ୍ରମେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ଓଡିଶାର ରାଜ୍ୟର ୪୪ଟି ଜିଲ୍ଲାର ୭୨୮୭ଟି ଗ୍ରାମରେ ୪ଜି ମୋବାଇଲ୍‌ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୬୪୬୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିମଧ୍ୟରୁ ବଡ ଭାଗ ଓଡ଼ିଶାକୁ ମିଳିଛି ।

publive-image

ଓଡ଼ିଶାର ୧୦ଟି ଆକାଂକ୍ଷା ଜିଲ୍ଲାର ୩୯୩୩ ଗ୍ରାମରେ ୨୩୮୦ଟି ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ୩୨୧୯ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାବ୍ୟତୀତ ଓଡ଼ିଶାର ୧୧ଟି ଜିଲ୍ଲାରେ ୨୭୨ଟି ନୂତନ ପୋଷ୍ଟ ଅଫିସ ସ୍ଥାପନ ପାଇଁ ଯୋଜନା କରାଯାଇଛି । ସେଥିମଧ୍ୟରୁ ମଧ୍ୟରୁ ୧୨୮ଟି ଖୋଲାଯାଇ ସାରିଛି ଓ ବାକି ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାର ଆକାଂକ୍ଷୀ ଓ ଦୁର୍ଗମ ଅଂଚଳରେ ଇଂଟରନେଟ୍ ଓ ବ୍ୟାଙ୍କିଂ ସେବା ପହଁଚାଇବା ପଦକ୍ଷେପ ଦ୍ୱାରା ସମାଜର ସବୁଠୁ ଅନ୍ତିମ ଶ୍ରେଣୀରେ ଥିବା ନାଗରିକଙ୍କ ଆକାଂକ୍ଷା ପୂରଣ ହେବ । ଜମି ପଟ୍ଟା ଠାରୁ ଆରମ୍ଭ କରି ପାଠ ପଢ଼ିବା ସହ ପୋଷ୍ଟାଲ୍ ବ୍ୟାଙ୍କ୍ ମାଧ୍ୟମରେ ଚାଷୀଙ୍କୁ ସିଧାସଳଖ ଟଙ୍କା ମିଳିବ । ଓଡ଼ିଶାରେ ୧୦ ବର୍ଷରୁ କମ ବାଳିକା ମାନଙ୍କ ପାଇଁ ଉଦ୍ଧିଷ୍ଟ ସୁକନ୍ୟା ସମୃଦ୍ଧି ଯୋଜନାରେ ପାଖାପାଖି ୯ ଲକ୍ଷ ଆକାଉଂଟ ଖୋଲାଯାଇଛି ଏବଂ ବିଶେଷ ଭାବରେ ମାଓ ପ୍ରବଣ
ଅଂଚଳରେ ୨.୪ ଲକ୍ଷ ଆକାଉଂଟ ଓଡ଼ିଶାର ପୋଷ୍ଟାଲ୍ ଅଫିସ ମାଧ୍ୟମରେ ଦିଆଯାଇଛି । ଏହା ହିଁ ନୂଆ ପୋଷ୍ଟ ଅଫିସ କରାଯିବାର ବଡ଼ ଉଦାହରଣ । ଦେଶ ସ୍ୱାଧୀନତାର ୭୫ ବର୍ଷ ପରଣ କରିଥିବା ବେଳେ ଓଡ଼ିଶାରେ ଟେଲି ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ କରାଯାଉଛି । ବିଶେଷ ଭାବରେ ଜନଜାତି ଅଧ୍ୟୁଷିତ ଅଂଚଳ ଏବଂ ନକ୍ସଲ ଉପଦ୍ରବ ଅଂଚଳରେ ଅଧିକରୁ ଅଧିକ ମୋବାଇଲ ଟାୱାର ପ୍ରତିଷ୍ଠା ହେବା ଦ୍ୱାରା ଲୋକମାନେ ଆଧୁନିକ ଦୁନିଆରେ ଯୋଡ଼ିହେବା ସହ ଉପକୃତ ହୋଇପାରିବେ
ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe