୫ ହଜାର ବାଳୁତଙ୍କ ପୃଷ୍ଟି ସାଧନ ପାଇଁ ୨୩୯ କ୍ରେଚ୍ କେନ୍ଦ୍ର କାର୍ଯ୍ୟକ୍ଷମ

Advertisment

ମୟୂରଭଂଜ ଜିଲ୍ଲା ବାମନଘାଟି ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ରାଇରଙ୍ଗପୁର ବ୍ଲକର ହଳଦା ଗ୍ରାମରେ କ୍ରେଚ୍ କେନ୍ଦ୍ରକୁ ଉଦ୍‌ଘାଟନ ହୋଇଯାଇଛି। ସମାଜର ସବୁ ସ୍ତର ଲାଭାର୍ଥୀଙ୍କର ସହଯୋଗ ଓ ଯୋଗଦାନକୁ ପ୍ରାଧାନ୍ୟ ଦିଆଯାଇଛି।

ମୟୂରଭଂଜ ଜିଲ୍ଲା ବାମନଘାଟି ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ରାଇରଙ୍ଗପୁର ବ୍ଲକର ହଳଦା ଗ୍ରାମରେ କ୍ରେଚ୍ କେନ୍ଦ୍ରକୁ ଉଦ୍‌ଘାଟନ ହୋଇଯାଇଛି। ସମାଜର ସବୁ ସ୍ତର ଲାଭାର୍ଥୀଙ୍କର ସହଯୋଗ ଓ ଯୋଗଦାନକୁ ପ୍ରାଧାନ୍ୟ ଦିଆଯାଇଛି।

rairangpur

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ରାଇରଙ୍ଗପୁର ବ୍ଲକର ହଳଦା ଗ୍ରାମରେ ସମସ୍ତ ବ୍ଲକ ବି.ଡିଓ, ସି.ଡି.ପି.ଓ, ପଞ୍ଚାୟତ ସମିତି ଅଧ୍ୟକ୍ଷ,ଉପାଧ୍ୟକ୍ଷଙ୍କ ସମେତ ନାରାୟଣ ବେହେରା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ସlରସକଣା ବ୍ଲକରେ ଏକଡାଳି ଗ୍ରାମରେ, ମମତା ମୟୀ ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନୂଆଗାଁ ଗ୍ରାମରେ, ମନୋରଥ ଜଗନ୍ନାଥ, ଡି.ପି.ଏମ. ମମତା ଓ ସୁଭଦ୍ରା ଯୋଜନା ବଣସlହି  କ୍ରେଚ୍ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତିl 

ସମାଜର ସବୁ ସ୍ତର ଲାଭାର୍ଥୀଙ୍କର ସହଯୋଗ ଓ ଯୋଗଦାନକୁ ପ୍ରାଧାନ୍ୟ ଦିଆଯାଇ, ୨୩୯ଟି ଗ୍ରାମରେ ୫ ହଜାରରୁ ଊର୍ଦ୍ଧ୍ବ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କ୍ରେଚ୍ କେନ୍ଦ୍ରରେ ୨ ଜଣ ମହିଳା  କ୍ରେଚ୍ କର୍ମୀ ନିଯୁକ୍ତି ପାଇଥିବା ସ୍ଥଳେ ଗ୍ରାମର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଗ୍ରାମର ମହିଳା ସ୍ୱୟଂ ସହାୟିକା ନେତ୍ରୀ ଓ ଗ୍ରାମ ୱାର୍ଡମେମ୍ବର କ୍ରେଚ୍ କେନ୍ଦ୍ରର ପରିଚାଳନା ଓ କାର୍ଯ୍ୟକ୍ରମର ତଦାରଖ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେl ଓମ୍ବାଡିସି କ୍ରେଚ୍ କେନ୍ଦ୍ର ମାନଙ୍କର ଦୈନନ୍ଦିନ ଖାଦ୍ୟ ସାରଣୀ ଅନୁଯାୟୀ ଶିଶୁଙ୍କ ପାଇଁ ଖାଦ୍ୟ ପରସା ଯିବl କେନ୍ଦ୍ର ଗୁଡ଼ିକ ସକାଳ ୮ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଛୁଟି ଦିନ ବ୍ୟତୀତ ଖୋଲା ରହିବl କର୍ମଜିବୀ ମହିଳା ତାଙ୍କର ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ କାର୍ଯ୍ୟ କ୍ଷେତ୍ରକୁ ଯିବା ପୂର୍ବରୁ କ୍ରେଚ୍ କର୍ମୀଙ୍କର ଦାୟିତ୍ୱରେ ହସ୍ତାନ୍ତର କରିଯିବେ ଓ କାର୍ଯ୍ୟରୁ ଫେରିଲା ପରେ କେନ୍ଦ୍ରରୁ ଶିଶୁକୁ ଘରକୁ ନେଇଯିବେl

କ୍ରେଚ୍ କେନ୍ଦ୍ରରେ ଶିଶୁଟି ଖାଦ୍ୟ, ମନୋରଞ୍ଜନ, ଖେଳ,ଔଷଧ ସେବନ ଓ ନିରାପଦ ପରିବେଶରେ ରହିବାର ବ୍ୟବସ୍ଥା ହୋଇଅଛିl ଯୋଜନା ଅନୁଯାୟୀ କ୍ରେଚ୍ କେନ୍ଦ୍ର ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଓ ଆବଶ୍ୟକ ପ୍ରତିଷେଧକ ଟୀକା ଆଦି ପାଇବେl ଶିଶୁଟି ବୃଦ୍ଧି ରେକର୍ଡର ସମସ୍ତ ବିବରଣୀ କ୍ରେଚ୍ କେନ୍ଦ୍ରରେ ଉପଲବ୍ଧ ହେବl ଓମ୍ବାଡିସି କ୍ରେଚ୍ କେନ୍ଦ୍ର ଗ୍ରାମର ସମୁଦାୟ ମାଲିକାନାରେ କାର୍ଯ୍ୟକାରୀ ହେବl କ୍ରେଚ୍ କେନ୍ଦ୍ର ପରିଚାଳନା ସମୟରେ ଉପୁଜିଥିବା କୌଣସି ପ୍ରକାରର ଅଭିଯୋଗ ଗ୍ରାମ ସମୁଦାୟ ଦ୍ୱାରା ବୁଝାମଣା ଭିତ୍ତିରେ ଶିଶୁଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନ ହେବl

ପ୍ରକାଶ ଥାଉକି, ସାରସକଣା ବ୍ଲକ ଅଧିନସ୍ଥ ଭରଶାଣୀ ନୂଆଗାଁ ଗ୍ରାମର କ୍ରେଚ୍ କେନ୍ଦ୍ରକୁ ମମତାମୟୀ ବିଶ୍ୱାଳ ପୋଷ୍ୟ କ୍ରେଚ୍ କେନ୍ଦ୍ର ରୂପେ ଗ୍ରହଣ କରିଛନ୍ତିl ଉଦ୍‌ଘାଟନ ଉତ୍ସବରେ ଆର.ଡ଼ି.ଏ.ସି ପ୍ରକଳ୍ପ ନିର୍ଦ୍ଦେଶକ ସାଧନ ଦାଶ ଗୁଣନିଧି ଧାରୁଆଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନେ ଅନୁଷ୍ଠିତ ହୋଇଥିବା ସ୍ଥଳେ ୮ଟି ବ୍ଲକର କ୍ଲଷ୍ଟର ମ୍ୟାନେଜର, ସୁପରଭାଇଜର, କ୍ରେଚ୍ ସ୍ବେଚ୍ଛାସେବୀମାନେ କ୍ରେଚ୍ କେନ୍ଦ୍ରମାନଙ୍କର  ଉଦଘାଟନ ସଫଳ କରିବାରେ ସହଯୋଗ କରିଥିଲେl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe