ଏନ୍‌ଆଇଟି ରାଉରକେଲାର ୨୩ତମ ସମାବର୍ତ୍ତନ ଉତ୍ସବ: ‘ଭାରତରେ ରୁହ, ଦେଶର ସେବା କର’

‘ତମେମାନେ ସବୁଠାରୁ ଭାଗ୍ୟବାନ। ଉଚିତ ସମୟରେ ସ୍ନାତକ ହୋଇଛ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ। ବାସ୍ତବରେ ଏହା ହେଉଛି ସର୍ବୋତ୍ତମ ସମୟ, ଯେଉଁଥିରେ ଯୁବପିଢ଼ିଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି।

sfsfsxcxc

ରାଉରକେଲା: ‘ତମେମାନେ ସବୁଠାରୁ ଭାଗ୍ୟବାନ। ଉଚିତ ସମୟରେ ସ୍ନାତକ ହୋଇଛ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ। ବାସ୍ତବରେ ଏହା ହେଉଛି ସର୍ବୋତ୍ତମ ସମୟ, ଯେଉଁଥିରେ ଯୁବପିଢ଼ିଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହାର ପୂର୍ଣ୍ଣ ଉପଯୋଗ କର। ସଫଳତାର ସହ ଡିଗ୍ରି ସମାପନ କରି ନୂତନ ସୋପାନରେ ପହଞ୍ଚିଛ। ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବ। ନିଜକୁ ପ୍ରତିଷ୍ଠିତ କରିବ। ତେବେ ବିଦେଶ ଯିବା ପରିବର୍ତ୍ତେ ଭାରତରେ ରହି ଦେଶର ସେବା କର। ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ରାଉରକେଲାର ଛାତ୍ରଛାତ୍ରୀଙ୍କୁ ଏମିତି ଢଙ୍ଗରେ ଉଦ୍‌ବୋଧନ ଦେଇ ଉତ୍ସାହିତ କରିଛନ୍ତି ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ।

ଏନ୍‌ଆଇଟି ରାଉରକେଲାର ୨୩ତମ ସମାବର୍ତ୍ତନ ଉତ୍ସବ 
୧୯୪୮ ଜଣ ଛାତ୍ରଛାତ୍ରୀ ପାଇଲେ ଡିଗ୍ରି 

ଶନିବାର ଏନ୍‌ଆଇଟିର ୨୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ସିଂହ କହିଥିଲେ, ଅଧ୍ୟୟନ ସମୟରେ ଛାତ୍ରଛାତ୍ରୀ ଏକ ସୁରକ୍ଷିତ ପରିବେଶରେ ରହିଥାନ୍ତି। ଶିକ୍ଷା ସମାପ୍ତି ପରେ ସେ ସୁବିଧାସୁଯୋଗ କିନ୍ତୁ ମିଳି ନ ପାରେ। ଚଲାପଥରେ ଏକାଧିକ ବାଧାବିଘ୍ନ ବି ଉପୁଜିବ। ତେବେ ଏଥିରେ ଭାଙ୍ଗି ନ ପଡ଼ି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ମୁଖୀନ ହୁଅ। ଯେ କୌଣସି ପରିସ୍ଥିତିର ମୁକାବିଲା କରିବାରେ ଦକ୍ଷ ହୁଅ। ଦୃଢ଼ ନିଷ୍ପତ୍ତି, ନିଷ୍ଠା, କଠିନ ପରିଶ୍ରମ ବଳରେ ବିଫଳତାକୁ ପରାସ୍ତ କର। ବିକଶିତ ଭାରତର ଚାରୋଟି ପ୍ରମୁଖ ସ୍ତମ୍ଭ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ହେଉଛନ୍ତି ଯୁବପିଢ଼ି। ୨୦୪୭ର ବିକଶିତ ଭାରତ ସ୍ବପ୍ନ ପୂରଣରେ ସହଭାଗୀ ହୁଅ। ଏନ୍‌ଆଇଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍‌ସ ଅଧ୍ୟକ୍ଷ ଏସ୍‌.ଏନ. ସୁବ୍ରମଣ୍ୟନ୍‌ ଅନୁଷ୍ଠାନର ଉପଲବ୍ଧି ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ବିବରଣୀ ପାଠ କରିଥିଲେ। ଏଥର ୧୪୭୭ ଜଣ ଛାତ୍ର, ୪୭୧ ଜଣ ଛାତ୍ରୀଙ୍କୁ ମିଶାଇ ସର୍ବମୋଟ୍‌ ୧୯୪୮ଜଣ ଡିଗ୍ରି ହାସଲ କରିଛନ୍ତି।

ଚଳିତବର୍ଷ ସ୍ବର୍ଣ୍ଣପଦକ ପାଇଥିବା ଛାତ୍ରଛାତ୍ରୀ ହେଉଛନ୍ତି ଆଶିଷ ପାଢ଼ୀ (ବି.ଟେକ୍‌), ଶିଭମ୍‌ କୁମାର ସିଂହ (ଏମ୍‌.ଟେକ୍‌), ଅମିଷା ପଣ୍ଡା (ଏମ୍‌ବିଏ), ଈଷାନ ଟକ୍କର (ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି), ସ୍ରିଷ୍ଟି ସାମର୍ଥୀ ଦାସ (ଏମ୍‌.ଏସ୍‌ସି ଓ ଏମ୍‌ଏ), ସଂସ୍କାର ଶୋଭନ (ଡୁଆଲ୍‌ ଡିଗ୍ରି), ଆଶିଷ ସାହୁ (ଏମ୍‌.ଟେକ୍‌ ଓ ଡୁଆଲ୍‌ ଡିଗ୍ରି), ସହଶ୍ରାବ୍ଦ ସାଇ ପ୍ରଧାନ (ବି.ଟେକ୍‌ ଓ ବି.ଆର୍କ) ଏବଂ ତିଲକ ନିରଞ୍ଜନ ଇ. (ବି.ଆର୍କ)। ଏହି ଅବସରରେ ୪ ଜଣ ପୁରତାନ ଛାତ୍ର ଆଇଆଇଟି ଖଡ଼ଗପୁରର ଡିନ୍‌ ପ୍ରଫେସର ଅରବିନ୍ଦ ରାଉତରାୟ, ଜେଏସ୍‌ଡବ୍ଲ୍ୟୁ ମୋଟର୍ସ୍‌ର ସିଇଓ ରଞ୍ଜନ ନାୟକ, ୱାନ୍‌ଆସିଷ୍ଟ୍‌ରର ସହ ପ୍ରତିଷ୍ଠାତା ତଥା ସିଇଓ ସୁବ୍ରତ ପାଣି ଓ ଆର୍‌ଟିଆଇ ଇଣ୍ଟର୍‌ନ୍ୟାସନାଲ ମେଟାଲ୍‌ସ (ଆମେରିକା)ର ପୂର୍ବତନ ମୁଖ୍ୟଯନ୍ତ୍ରୀ ଡ.ବୀରେନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe