Portrait an unknown male doctor holding a stethoscope behind
ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୨୪ଜଣ ଡାକ୍ତରଙ୍କ ବଦଳି ହୋଇଛି। ଓଏମ୍ଏଚ୍ଏସ୍ କ୍ୟାଡର୍ ଅଧୀନରେ ଥିବା ଡାକ୍ତରମାନଙ୍କୁ ରାଜ୍ୟର ବିଭିନ୍ନ ପିଏଚ୍ସି, ସିଏଚ୍ସି ଓ ଜିଲ୍ଲା ହସ୍ପିଟାଲକୁ ବଦଳି କରାଯାଇଛି। ବଦଳି ହୋଇଥିବା ହସ୍ପିଟାଲରେ ତୁରନ୍ତ ଯୋଗ ଦେବା ଲାଗି ସେମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ବା ଓସାକ୍ସର ଯୁଗ୍ମ ନିର୍ଦେଶକ ଥିବା ଡା. ଅଞ୍ଜନା ପଣ୍ଡାଙ୍କୁ ଓସାକ୍ସର ଭାରପ୍ରାପ୍ତ ଏଡି ଭାବେ ନିଯୁକ୍ତ କରାଯାଇଥିବା ବେଳେ ଡା. ଡି.ଏସ୍ ଅରବିନ୍ଦଙ୍କୁ ଓସାକ୍ସର ଯୁଗ୍ମ ନିର୍ଦେଶକ (ଭାରପ୍ରାପ୍ତ) ଭାବେ ନିଯୁକ୍ତ କରାଯାଇଛି। ତେବେ ଏସ୍ସିବି ମେଡିକାଲ କଲେଜର ସହକାରୀ ପ୍ରଫେସର୍ ଡା. ନିରୁପମା ପତି ଡେପୁଟେସନ୍ରେ ଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟର ମେଡିକାଲ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ତାଙ୍କୁ ଫରେନ୍ ସର୍ଭିସ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ ନିଯୁକ୍ତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
Follow Us