ହୀରାକୁଦର ୨୮ ଗେଟ୍ ଖୋଲିଲା, ରାତି ୮ଟା ସୁଦ୍ଧା ନିଷ୍କାସିତ ହେଉଛି ୪ ଲକ୍ଷ କ୍ୟୁସେକ୍‌ ପାଣି

Advertisment
ଧଉଳି ଢାଞ୍ଚାରେ ହୀରାକୁଦ ମହୋତ୍ସବ ୧୭ରୁ

Image Courtesy of Zee News

ସମ୍ବଲପୁର: ହୀରାକୁଦ ଜଳସ୍ତର ୬୨୮ ଫୁଟ୍‌ ଟପିବା ପରେ ଅଧିକ ସଂଖ୍ୟାରେ ଗେଟ୍ ଖୋଲାଯାଇ ଯେତିକି ପାଣି ଆସୁଛି ସେତିକି ନିଷ୍କାସନ କରାଯାଉଛି। ମଙ୍ଗଳବାର ହୀରାକୁଦର ୬ଟି ଗେଟ୍ ଖୋଲିଥିଲା ବେଳେ ବୁଧବାର ବିଭିନ୍ନ ପର୍ଯ୍ୟାୟରେ ଆଉ ୨୨ଟି ଗେଟ୍ ଖୋଲା ଯାଇଛି। ଫଳରେ ବୁଧବାର ରାତି ୮ଟା ବେଳେ ୨୮ଟି ସ୍ଲୁଇସ୍‌ ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ କରାଯାଉଛି।

ବୁଧବାର ସଂଧ୍ୟା ୬ଟା ବେଳେ ହୀରାକୁଦ ଜଳସ୍ତର ୬୨୮.୩୩ ଫୁଟ୍‌ରେ ପହଞ୍ଚିଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ୩,୧୯,୧୩୧ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ୱେର ୧୨ ଓ ଡାହାଣ ସ୍ପିଲ୍‌ୱେ’ର ୬ଟିକୁ ମିଶାଇ ୧୮ଟି ସ୍ଲୁଇସ୍‌ ଗେଟ୍ ଦେଇ ୨,୯୩,୬୩୪ କ୍ୟୁସେକ୍ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲାବେଳେ ପାୱାର୍‌ ଚାନେଲ୍‌ ଦେଇ ୨୧,୭୯୪ କ୍ୟୁସେକ୍‌, ବିଭିନ୍ନ କେନାଲ୍ ଦେଇ ୩,୪୨୧ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ଜଳ ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ବେଲଗାଁଠାରେ ୭୦ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୧,୯୭,୬୪୫ କ୍ୟୁସେକ୍‌, ଖଇରମାଳଠାରେ ୪ ଲକ୍ଷ ୭୨ ହଜାର କ୍ୟୁସେକ୍‌, ବରମୂଳଠାରେ ୫ ଲକ୍ଷ ୩୪ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିଠାରେ ୬ ଲକ୍ଷ ୪୩ ହଜାର ୩୯୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ସଂଧ୍ୟା ୭ଟା ବେଳେ ହୀରାକୁଦ ବାମ ସ୍ପିଲ୍‌ୱେ’ର ୨ଟି ଓ ରାତି ୮ଟାବେଳେ ଉଭୟ ସ୍ପିଲ୍‌ୱେ’ର ଆଉ ୨ଟି ଲେଖାଏଁ ଗେଟ୍ ଖୋଲା ଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪୨.୮୧ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୦.୮୭ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe