ଫୋନ୍‌ରେ ଚିକିତ୍ସା ପରାମର୍ଶ ପାଇବେ ରୋଗୀ, ଏସ୍‌ସିବିରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

Advertisment
ବଡ଼ମେଡ଼ିକାଲ ଆଉଟ୍‌ଡ଼ୋରକୁ ମିଳୁନି ଆଣ୍ଟିଜେନ୍‌ କିଟ୍‌

କଟକ: ଘରେ ବସି ରୋଗୀ ପାଇବେ ଡାକ୍ତରଙ୍କଠାରୁ ଚିକିତ୍ସା ପରାମର୍ଶ। ଅତି ଜରୁରୀ ନଥିଲେ ଆଉ ଆସିବାକୁ ପଡ଼ିବନି କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)। ଲକ୍‌ଡାଉନ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ଏସ୍‌ସିବିରେ ଆଜିଠାରୁ ଆରମ୍ଭ ହୋଇଛି ୨୪ ଘଣ୍ଟିଆ ଟେଲିମେଡିସିନ୍‌ ସେବା ଓ ପରାମର୍ଶ ବ୍ୟବସ୍ଥା। ଏଥିପାଇଁ ସ୍ବତନ୍ତ୍ର ନମ୍ବର ୦୬୭୧-୨୪୨୮୩୧୬ ଜାରି କରାଯାଇଛି।
ଏହି ନମ୍ବରରେ ଫୋନ କଲେ ରୋଗୀ ଯେଉଁ ବିଭାଗର ଡାକ୍ତରଙ୍କ ପରାମର୍ଶ ନେବାକୁ ଚାହୁଁଛନ୍ତି, ସେହି ବିଭାଗର ଡାକ୍ତର ତାଙ୍କୁ ପରାମର୍ଶ ଦେବେ। ଏଥିପାଇଁ ସବୁ ବିଭାଗୀୟ ମୁଖ୍ୟମାନେ ଡାକ୍ତରଙ୍କ ତାଲିକା ଦେଇଛନ୍ତି ଓ ୨୪ଘଣ୍ଟା ପାଇଁ ଏହି ପରାମର୍ଶ ସେବା ରୋଗୀ ପାଇପାରିବେ। ଏମ୍‌ସିଆଇ ଗାଇଡ୍‌ଲାଇନ୍‌ ଅନୁସାରେ ଲକ୍‌ଡାଉନ୍‌ ସମୟ ପର୍ଯ୍ୟନ୍ତ ଏହି ସେବା ରୋଗୀଙ୍କୁ ଦିଆଯିବ ବୋଲି ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଏସ୍‌ସିବି ଟେଲିମେଡିସିନ୍‌ ବିଭାଗରେ ଏହି ୨୪ ଘଣ୍ଟିଆ କଂଟ୍ରୋଲ ରୁମ୍‌ ଖୋଲାଯାଇଛି। ଯେଉଁଠି ସେବିକା ଓ ଫାର୍ମାସିଷ୍ଟଙ୍କୁ ନିୟୋଜିତ କରାଯାଇଛି। ସେମାନେ ଡ୍ୟୁଟି ଅନୁସାରେ ସେଠାରେ ଉପସ୍ଥିତ ରହି ଫୋନ କଲ୍‌ ଉଠାଇବେ। ରୋଗୀଙ୍କ ସମସ୍ୟା ଶୁଣି ଉକ୍ତ ରୋଗୀ କେଉଁ ବିଭାଗରେ ଦେଖାଇବା କଥା ସେ କଥା ବୁଝିବା ପରେ ସଂପୃକ୍ତ ବିଭାଗ ଡାକ୍ତରଙ୍କ ସହ ଯୋଗାଯୋଗ କରାଇବେ। ଉକ୍ତ କଂଟ୍ରୋଲ ରୁମ୍‌ରେ କେଉଁ ବିଭାଗର କେଉଁ ଡାକ୍ତର କେତେବେଳେ ପରାମର୍ଶ ଦେବେ ତାହାର ସୂଚନା ଓ ବିବରଣୀ ପ୍ରସ୍ତୁତ ରହିଛି। ଏହି ଟେଲି ମେଡିସିନ୍‌ ବ୍ୟବସ୍ଥା ଦ୍ବାରା ସମସ୍ତ ରୋଗୀ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି। ଲକ୍‌ଡାଉନ୍‌ ସମୟରେ ରୋଗୀ ଆସିବା ପାଉଁ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରତ୍ୟେକ ମେଡିକାଲ କଲେଜକୁ ଏମ୍‌ସିଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe