‘ସମ୍ବାଦ’ ଭବନରେ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍

Advertisment

୮୫୧ ଜିଲ୍ଲା ପରିଷଦ, ୮୫୧ ପ୍ରତିନିଧି

୮୫୧ ଜିଲ୍ଲା ପରିଷଦ, ୮୫୧ ପ୍ରତିନିଧି

‘ସମ୍ବାଦ’ ଭବନରେ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ପ୍ରକ୍ରିୟା ତିନି ଦିନ ଧରି ଚାଲିବ। ଯେଉଁଦିନ ଯେତିକି ଜୋନ୍‌ର ଭୋଟ୍ ଗଣତି ହେବ ବୋଲି ଧାର୍ଯ୍ୟ ହୋଇଛି ସେଗୁଡ଼ିକ ସେହି ଦିନ ଗଣତି ହେବ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ଗଣତି ଚାଲିବ। ତେଣୁ ଓଡ଼ିଶାବାସୀଙ୍କୁ ନିର୍ବାଚନର ଅପ୍‌ ଟୁ ଡେଟ୍ ତଥ୍ୟ ଦେବା ପାଇଁ ସମ୍ବାଦ ଭବନରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି। ସାରା ରାଜ୍ୟରେ ୮୫୧ଜଣ ପ୍ରତିନିଧି ଭୋଟ୍‌ ଗଣତିର ପ୍ରତିଟି ମୁହୂର୍ତ୍ତ ଉପରେ ନଜର ରଖିବା ସହ ଟିକନିଖ୍ ଖବର ଲୋକଙ୍କ ନିକଟରେ ପହଞ୍ଚାଇବେ। ରାଜ୍ୟର ସବୁଠୁ ବଡ଼ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ ଗ୍ରୁପ୍‌’ର ଏହି ପ୍ରୟାସରେ ସମ୍ବାଦ, କନକ ନ୍ୟୁଜ୍‌ ଏବଂ ସମ୍ବାଦ ଡିଜିଟାଲର ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ଥିବା ପ୍ରତିନିଧିମାନେ ଏହି ପ୍ରକ୍ରିୟାରେ ସାମିଲ୍‌ ହେବେ।

କେଉଁ ଜିଲ୍ଲାର କେଉଁ ନିର୍ବାଚନ ମଣ୍ଡଳୀର କେଉଁ ଜିଲ୍ଲା ପରିଷଦ ଜୋନ୍‌ରେ କେଉଁ ଦଳର ପ୍ରାର୍ଥୀ ଆଗୁଆ ଅଛନ୍ତି, କେତେ ଭୋଟରେ ଆଗୁଆ ଅଛନ୍ତି, କେଉଁ ଦଳର ପ୍ରାର୍ଥୀଙ୍କୁ ମାତ୍‌ ଦେଇଛନ୍ତି, କିଏ ବିଜୟୀ ହୋଇଛନ୍ତି ତା’ର ପ୍ରଥମ ଖବର ସମ୍ବାଦ ଓ କନକ ନ୍ୟୁଜ୍‌ ହିଁ ପହଞ୍ଚାଇବେ। ସମ୍ବାଦ, କନକ ନ୍ୟୁଜ୍‌ର ୱେବ ପୋର୍ଟାଲ, ୟୁ ଟ୍ୟୁବ୍ ଚ୍ୟାନେଲ୍‌, ଫେସବୁ୍କ୍‌, ଟୁଇଟର୍‌ ପେଜ୍‌, ସମ୍ବାଦ ଇ-ପେପରରେ ପ୍ରତିମୁହୂର୍ତ୍ତର ଖବର ମିଳିବ।

ଏଥିପାଇଁ ସମ୍ବାଦର ୬୦୦ରୁ ଅଧିକ ରିପୋର୍ଟର, କନକ ନ୍ୟୁଜ୍‌ର ୭୫ଜଣ ରିପୋର୍ଟରଙ୍କ ସମେତ ସମ୍ବାଦ, କନକ ନ୍ୟୁଜ୍‌ ଏବଂ ସମ୍ବାଦ ଡିଜିଟାଲ୧୭୦ରୁ ଅଧିକ ସାମ୍ବାଦିକ ତିନି ଦିନ ବିନା ବିରତିରେ କାମ କରିବେ। ଏଠାରେ ଉଲ୍ଲେଖଥାଉକି, ସମ୍ବାଦ ଇ-ପେପର ମଧ୍ୟ ଫେବ୍ରୁଆରି ୨୬, ୨୭ ଓ ୨୮ ତାରିଖରେ ଅପରାହ୍ନ ୨ଟା, ସନ୍ଧ୍ୟା ୬ଟାରେ ପରିବର୍ତ୍ତନ କରାଯିବ। ଏଥିରେ ନିର୍ବାଚନ ସଂକ୍ରାନ୍ତ ସବିଶେଷ ତଥ୍ୟ ପାଠକମାନେ ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe