Advertisment

୨୦୧୩ ଓ ୧୪ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା

Advertisment

୯ଟି ବିଭାଗରେ ପୁରସ୍କୃତ ହେବେ ୨୪ ଲେଖକ

୯ଟି ବିଭାଗରେ ପୁରସ୍କୃତ ହେବେ ୨୪ ଲେଖକ

୨୦୧୩ ଓ ୧୪ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା

ଭୁବନେଶ୍ୱର : ୨୦୧୩ ଓ ୨୦୧୪ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ଚୂଡ଼ାନ୍ତ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଏକାଡେମି କାର୍ଯ୍ୟାଳୟରେ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ଘୋଷଣା କରାଯାଇଛି। ୯ଟି ବିଭାଗରେ ପୁରସ୍କାର ପାଇଁ ମୋଟ୍‌ ୨୪ ଜଣ ଲେଖକମାନଙ୍କୁ ଚୟନ କରାଯାଇଛି।

୨୦୧୩ ବର୍ଷ ନିମନ୍ତେ ଉପନ୍ୟାସ ‘ଢେଉ’ ପାଇଁ ବିଭୂତି ଭୂଷଣ ପ୍ରଧାନ, କ୍ଷୁଦ୍ରଗଳ୍ପ ‘ସନ୍ଦିଗ୍ଧ ଶୈଶବ’ ପାଇଁ ଦୀପ୍ତିରଂଜନ ପଟ୍ଟନାୟକ, କାବ୍ୟ କବିତା ‘ନିବୃତ୍ତ ନିଷାଦ’ ପାଇଁ ବିମଳ ଜେନା, ‘ଅଜନ୍ମା’ ପାଇଁ ସୁଚେତା ମିଶ୍ର ଏବଂ ‘ଅସରନ୍ତି ଅନ୍ତାକ୍ଷରୀ’ ପାଇଁ ରକ୍ଷକ ନାୟକ, ନାଟକ ଓ ଏକାଙ୍କିକା ପାଇଁ ‘ବରଂ ନିବାସ ଭଲ ରଣକ୍ଷେତ୍ରରେ’ ପାଇଁ ରମେଶ ଦାସ, ପ୍ରବନ୍ଧ ଓ ସମାଲୋଚନା ‘ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ’ ପାଇଁ କୃଷ୍ଣଚନ୍ଦ୍ର ପ୍ରଧାନ, ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଅନନ୍ୟ ସୃଷ୍ଟି କାନଡ଼ା’ ପାଇଁ ରାସବିହାରୀ ବେହେରା ଏବଂ ‘ଭ୍ରମଣରୁ ଶିକ୍ଷା’ ପାଇଁ ପ୍ରଭାତୀ ମିଶ୍ର, ଅନୁବାଦ ‘ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ବିଜୟ କୁମାର ପ୍ରଧାନ, ଶିଶୁ ସାହିତ୍ୟ ‘ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ’ପାଇଁ ସୂର୍ଯ୍ୟମଣି ସାମନ୍ତରାୟ ଓ ‘ନୀଳ ଠେକୁଆ’ ପାଇଁ ରବୀନ୍ଦ୍ରନାଥ ମାଝୀ, ଗୀତି କବିତା ‘ପଦୁଅଁ ପାପୁଲି’ ପାଇଁ ଦେବେନ୍ଦ୍ର ଦାସଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ସେହିପରି ୨୦୧୪ ନିମନ୍ତେ ଉପନ୍ୟାସ ‘ନିର୍ବାଣ ଅଭିସାର’ ପାଇଁ ଇନ୍ଦିରା ଦାଶ, କ୍ଷୁଦ୍ରଗଳ୍ପ ‘ମହାଗାନ’ ପାଇଁ ଅଭୟ ବାରିକ, କାବ୍ୟ କବିତା ‘ସ୍ୱରଚିତ୍ର’ ପାଇଁ ବିପିନ୍‌ ନାୟକ, ‘ବୋଧହୁଏ ଭଳ ପାଇବା ମୋତେ ଜଣା ନାହିଁ’ ପାଇଁ ବାସୁଦେବ ସୁନାନୀ, ନାଟକ ଓ ଏକାଙ୍କିକା ‘ନାଟକ ସଂଗ୍ରହ’ ପାଇଁ ବିଜୟ କୁମାର ନନ୍ଦ, ପ୍ରବନ୍ଧ ଓ ସମାଲୋଚନା ‘ଓଡ଼ିଶାରେ ଲୋକଧର୍ମର ପରମ୍ପରା’ ପାଇଁ ଅରବିନ୍ଦ ପଟ୍ଟନାୟକ, ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଅଭିଯାତ୍ରୀକ-୨’ ପାଇଁ ପ୍ରିୟବ୍ରତ ପାତ୍ର ଓ ‘ପଶ୍ଚିମ ଓଡ଼ିଶାର ବରପୁତ୍ର’ ପାଇଁ ଗଣେଶରାମ ନାହାକ, ଅନୁବାଦ ‘ନର୍‌ଗିସ୍‌ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସୁଭାଷ ଶତପଥୀ, ଶିଶୁ ସାହିତ୍ୟ ‘ଓସ୍ତ ପତର ପାନିଆ’ ପାଇଁ ବସନ୍ତ କିଶୋର ସାହୁ ଏବଂ ଗୀତି କବିତା ‘ଜହ୍ନ ଝିଲିମିଲି’ ପାଇଁ ହୃଦାନନ୍ଦ ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯିବ। ବିଭିନ୍ନ ପୁସ୍ତକକୁ ଦିଆଯାଇଥିବା ନମ୍ବର ଭିତ୍ତିରେ ବହିଗୁଡ଼ିକୁ ବଛା ଯାଇଥିବାରୁ କେତେକ ବିଭାଗରେ ଏକାଧିକ ସାହିତ୍ୟିକଙ୍କ ନାମ ରହିଛି ବୋଲି ସୂଚନା ମିଳିଛି। ଏକାଡେମି ପୁରସ୍କାର ରାଶି ୩୦ ହଜାର ଟଙ୍କା ଥିବା ବେଳେ ସମସ୍ତ ସାହିତ୍ୟିକଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମିର ସଚିବ ଅଶ୍ୱିନୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe