ମୟୂରଭଞ୍ଜ : କରୋନା ଚିକିତ୍ସା ନିମନ୍ତେ ଜିଲ୍ଲାରେ ୨୪ଟି ସ୍ୱତନ୍ତ୍ର କୋଭିଡ୍ କେୟାର ସେଣ୍ଟର୍, ୧୩୧୬ ଶଯ୍ୟାର ବ୍ୟବସ୍ଥା

ମୟୂରଭଞ୍ଜ : କରୋନା ଚିକିତ୍ସା ନିମନ୍ତେ ଜିଲ୍ଲାରେ ୨୪ଟି ସ୍ୱତନ୍ତ୍ର କୋଭିଡ୍ କେୟାର ସେଣ୍ଟର୍, ୧୩୧୬ ଶଯ୍ୟାର ବ୍ୟବସ୍ଥା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ କରୋନା ପ୍ରତିହତ ନିମନ୍ତେ ଜିଲ୍ଲାରେ ୨୪ଟି ସ୍ବତନ୍ତ୍ର କୋଭିଡ୍ କେୟାର୍ ସେଣ୍ଟର୍ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଉଦଳା ଉପଖଣ୍ଡର କପ୍ତିପଦାଠାରେ ୫୦ ବେଡ୍, ଗୋପବନ୍ଧୁନଗରରେ ୫୦, ଉଦଳା ସହରାଞ୍ଚଳରେ ଓ ବ୍ଲକ୍‌ରେ ୧୦୦, ଖୁଣ୍ଟାରେ ୫୦, କରଞ୍ଜିଆ ଉପଖଣ୍ଡର ତାଟୋରେ ୫୦, ଠାକୁରମୁଣ୍ଡାରେ ୩୮, ଯଶିପୁରରେ ୩୬, ଶୁକୃଳିରେ ୪୦ଟି ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର୍ ସେଣ୍ଟର୍ ପ୍ରସ୍ତୁତ କରାଯାଇଛି।

publive-image

ସେହିପରି ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ଠାରେ ୫୦ ଶଯ୍ୟା, ବିଜାତଳାରେ ୬୦, ଦାମ୍‌ଦା ବ୍ଲକରେ ୮୦, ବହଳଦାରେ ୫୦, ରାଇରଙ୍ଗପୁରରେ ୫୦, ବିଶୋଇରେ ୫୦, ତିରିଂରେ ୫୦ ଏବଂ ରାଇରଙ୍ଗପୁର ପୌରପରିଷଦରେ ୧୧୬ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ବାରିପଦା ଉପଖଣ୍ଡରେ ଥିବା ରାସଗୋବିନ୍ଦପୁରରେ ୫୦, କୁଳିଅଣାରେ ୪୦, ବାରିପଦା ବ୍ଲକ୍ରେ ୫୦, ବାଙ୍ଗିରିପୋଷିରେ ୪୦, ଶୁଳିଆପଦାରେ ୪୦, ମୋରଡ଼ାରେ ୪୦, ବଡସାହିରେ ୪୦ ଏବଂ ବାରିପଦା ପୌରାଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ସତନ୍ତ୍ର କୋଭିଡ୍ କେୟାର ସେଣ୍ଟର୍ର ସୁବିଧା କରାଯାଇଛି ।

publive-image

ଏହିପରି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ୨୪ଟି ସତନ୍ତ୍ର କୋଭିଡ୍ କେୟାର କେନ୍ଦ୍ରରେ ମୋଟ ୧୩୧୬ ଗୋଟି ଶଯ୍ୟା ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe