ଜିଲ୍ଲାସ୍ତରରେ ନିୟୋଜିତ ହେଲେ ୨୪୧ ପିଜି ଡାକ୍ତର

ଡାକ୍ତର ବାଚସ୍ପତି ଚାକିରିରୁ ବହିଷ୍କୃତ

Red Deer Advocate

ଭୁବନେଶ୍ବର : ରାଜ୍ୟରେ କରୋନାର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆଜି ୨୪୧ ପିଜି ଶେଷ କରିଥିବା ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି। ଏହି ସମସ୍ତ ଡାକ୍ତର ରାଜ୍ୟର ବିଭିନ୍ନ ଜିଲ୍ଲାରେ ସିଡିଏମ୍‌ଓଙ୍କ ଅଧୀନରେ କାର୍ଯ୍ୟ କରିବେ। ଏହି ଡାକ୍ତରମାନେ ଏସ୍‌ସିବି, ଭିମସାର ଓ ଏମ୍‌କେସିଜିରେ ପିଜି ଶେଷ କରିଥିବା ବେଳେ ସଂପୃକ୍ତ ମେଡିକାଲ କଲେଜରେ ନିୟୋଜିତ ହୋଇଥିଲେ। ଏବେ ସେମାନଙ୍କୁ ଜିଲ୍ଲାସ୍ତରରେ କାର୍ଯ୍ୟ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

ଏଥିରେ ଜେନେରାଲ ମେଡିସିନ୍, ଚକ୍ଷୁ ବିଶେଷଜ୍ଞ, ଅସ୍ଥିଶଲ୍ୟ, ଜେନେରାଲ ସର୍ଜରି, ପଲମୋନାରି ମେଡିସିନ୍, ଚର୍ମ ଓ ଭି.ଡି, ଇଏନ୍‌ଟି, ନିଶ୍ଚେତକ ବିଶେଷଜ୍ଞ, ଶିଶୁରୋଗ, ଏଫ୍‌ଏମ୍‌ଟି, ଓବେଷ୍ଟ୍ରିକ୍‌ସ ଓ ଗାଇନୋ କୋଲୋଜି, ମାନସିକରୋଗ ବିଶେଷଜ୍ଞ ଭଳି ବିଶେଷଜ୍ଞ ଡାକ୍ତର ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe