ଯୋଗ୍ୟ ପ୍ରାର୍ଥୀ ନ ମିଳିବାରୁ ରାଜ୍ୟ ବାହାରର ଡାକ୍ତରଙ୍କୁ ସୁଯୋଗ, ପୂରଣ ହେବ ୨୪୫୨ ଡାକ୍ତର ପଦବି

Advertisment
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନଦୀ ପାର ହୋଇ ଜଙ୍ଗଲରେ ୮କିମି ଚାଲିଲେ ଡାକ୍ତର

Global News

ଭୁବନେଶ୍ବର : ରାଜ୍ୟ ପାଇଁ ଆବଶ୍ୟକ ଥିବା ବିଭିନ୍ନ କ୍ୟାଡର୍‌ର ମୋଟ୍‌ ମଞ୍ଜୁରୀପ୍ରାପ୍ତ ୮୭୧୯ ଡାକ୍ତର ପଦବି ମଧ୍ୟରୁ ୨୩୩୦ ପଦବି ଖାଲି ପଡ଼ିଛି। ଖାଲିଥିବା ଏହି ଡାକ୍ତରୀ ପଦବି ପୂରଣ ପାଇଁ ପ୍ରତି ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ନିୟମିତ ଭାବେ ଚୟନ ପରୀକ୍ଷା କରାଯାଉଥିଲେ ମଧ୍ୟ ଆବଶ୍ୟକ ଯୋଗ୍ୟ ଡାକ୍ତରଙ୍କ ଅଭାବ ଯୋଗୁ ଏହି ପଦବି ବର୍ଷ ବର୍ଷ ଧରି ଖାଲି ରହୁଛି। ତେଣୁ ରାଜ୍ୟ ବାହାରେ ଥିବା ଯୋଗ୍ୟ ଡାକ୍ତରଙ୍କୁ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା କ୍ୟାଡର୍‌ରେ ଯୋଗ ଦେବା ପାଇଁ ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ବିଧାନସଭାରେ କହିଛନ୍ତି।

ରାଜ୍ୟ ବାହାର ଲୋକଙ୍କୁ ଡାକ୍ତର ନିଯୁକ୍ତି ଦେବାର ବ୍ୟବସ୍ଥା ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ଏ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଆଜି ମନ୍ତ୍ରୀ ବିବୃତି ରଖି କହିଥିଲେ ଯେ ପୂର୍ବରୁ ପ୍ରଚଳିତ ଥିବା ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା(ଚୟନ ପ୍ରବିଧି ଓ ସର୍ତ୍ତାବଳୀ) ନିୟମାବଳୀ,୨୦୧୭ରେ ଥିବା କିଛି ସର୍ତ୍ତ ଯୋଗୁ ଓଡ଼ିଶା ବାହାରର ଯୋଗ୍ୟ ଡାକ୍ତରମାନେ ଚୟନ ପ୍ରକ୍ରିୟାରେ ଯୋଗ ଦେବାରୁ ବଞ୍ଚିତ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିୟମକୁ ସଂଶୋଧନ କରିଛନ୍ତି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଯଦି ଜଣେ ପ୍ରାର୍ଥୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆ ଏକ ଭାଷା ବିଷୟ ନେଇ ଉତ୍ତୀର୍ଣ୍ଣ ହୋଇ ନ ଥିବେ, ତେବେ ସେ ଚାକିରିରେ ଯୋଗ ଦେବାର ୪ ବର୍ଷ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଯଦି ଜଣେ ରାଜ୍ୟ ବାହାରର ପ୍ରାର୍ଥୀ ତାଙ୍କର ନାମ ଓଡ଼ିଶା ଡାକ୍ତରୀ ପଞ୍ଜୀକୃତ ପରିଷଦରେ ପଞ୍ଜୀକରଣ କରି ନ ଥିବେ, ତେବେ ସେ ଚାକିରିରେ ଯୋଗ ଦେବା ପାଇଁ ନିଯୁକ୍ତି ନିର୍ଦ୍ଦେଶନାମା ପାଇବା ପୂର୍ବରୁ ପରିଷଦରେ ପଞ୍ଜୀକୃତ ହେବେ। ଏହି ସଂଶୋଧିତ ନିୟମ ଅନୁଯାୟୀ ରାଜ୍ୟ ସରକାର ୨୪୫୨ ଜଣ ଡାକ୍ତର ଚୟନ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରିଛନ୍ତି।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ଏହି ପ୍ରସଙ୍ଗରେ ପୁଣି କହିଥିଲେ ‌େଯ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ବହୁ ମେଡିକାଲ କଲେଜ ଖୋଲିଲାଣି। ରାଜ୍ୟରେ ବର୍ଷକୁ ୧୦୫୦ ଡାକ୍ତର ବାହାରିବେ। ଦୁଇ ବର୍ଷ ମଧ୍ୟରେ ଏହି ସଂଖ୍ୟା ୨୧୦୦ ‌େହାଇଯିବ। ଯଦି ଡାକ୍ତରୀ ପଦବି ପୂରଣ ପାଇଁ ଏବେ ସରକାର ବାହାରୁ ଡାକ୍ତର ଆଣି ନିଯୁକ୍ତି ଦେ‌େବ, ତେବେ ଓଡ଼ିଆ‌ ଡାକ୍ତରମାନେ ନିଯୁକ୍ତିରୁ ବଞ୍ଚିତ ହେବେ। ଡାକ୍ତରୀ ପାଠ ପଢ଼ିଥିବା ଓଡ଼ିଆ ଯୁବକ, ଯୁବତୀମାନେ କ’ଣ ଦାଦନ ଖଟିବାକୁ ଯିବେ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe