ଭୁବନେଶ୍ୱର: ୨୪ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆଜି ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍ (ବୟନିକା) ହେଉଛି ଏହାର ଆୟୋଜକ। ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍‌ଘାଟନ କରି କହିଛନ୍ତି, ‘ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ନିଦର୍ଶନ। ଏହା ସ୍ୱଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ। ଏହାର ସଂରକ୍ଷଣ ଓ ପ୍ରଚାରପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ।’

Advertisment

Book Fair: କୁଦୋପାଲି ପୁସ୍ତକ ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ: ଧର୍ମେନ୍ଦ୍ର

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି, ଉତ୍କୃଷ୍ଟ ବୟନ କଳାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ପ୍ରଦର୍ଶନୀ ମାଧ୍ୟମରେ ବିପଣନ ସହ ଯୁବପିଢିଙ୍କୁ ଆକୃଷ୍ଟ କରିବା ଭଳି ନୂଆ ଡିଜାଇନ୍ ଓ ଡିଜିଟାଲ୍ ମାର୍କେଟିଂକୁ ମଧ୍ୟ ଆମେ ଉତ୍ସାହିତ କରୁଛୁ। ଏହି ମେଳା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତ୍ୟେକ ଦିନ ୧୧ ଟାରୁ ରାତି ସାଢ଼େ ୯ଟା ମଧ୍ୟରେ ଲୋକମାନେ ବିଶେଷ ରିହାତି ଦରରେ ମନପସନ୍ଦର ହାତବୁଣା ବସ୍ତ୍ର କିଣିପାରିବେ। ଚଳିତଥର ମୋଟ୍ ୮୦ଟି ଷ୍ଟଲ୍ ଖୋଲାଯାଇଛି। ବୁଣାକାରଙ୍କ ହିତକୁ ପ୍ରାଥମିକତା ଦେବାକୁ ଯାଇ ପ୍ରଥମଥର ପାଇଁ ସମସ୍ତ ଷ୍ଟଲ୍ ବିନା ମୂଲ୍ୟରେ ବଣ୍ଟନ କରାଯାଇଛି। ଓଡ଼ିଶାର ୫୦ଟି ପ୍ରାଥମିକ ବୁଣାକାର ସମବାୟ ସମିତି, ଗୋପାଳପୁର ଟାଟା ଅନ୍ତରନ ସମେତ ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଓ ରେଶମ ଓଡ଼ିଶା ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହା ବ୍ୟତୀତ ରାଜ୍ୟ ବାହାରୁ ୨୦ଜଣ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।

୨୨ ତାରିଖ ପର୍ଯ୍ୟନ୍ତ ସକାଳ ୧୧ରୁ ରାତି ସାଢ଼େ ୯ ଚାଲିବ ପ୍ରଦର୍ଶନୀ
ଦିବା ୧୧ରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍‌

ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ହରିୟାଣା, ତାମିଲନାଡ଼ୁ, ତେଲେଙ୍ଗାନା, ଦିଲ୍ଲୀ, ବିହାର, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜରାଟର ବୁଣାକାର ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିମ୍ ପାଭିଲିୟନ, ଯାହା ଧଉଳି ଶାନ୍ତିସ୍ତୁପ ଥିମ୍ ଉପରେ ନିର୍ମାଣ କରାଯାଇଛି।

fair

Recruitment fair: ନିଯୁକ୍ତି ମେଳା ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଦୁର୍ନୀତିଖୋର ସୁଧୁରିଯାଅ

ଏଠାରେ ସମ୍ବଲପୁରୀ ଇକ୍କତ, ସୋନପୁରୀ, ବମକାଇ, ଖଣ୍ଡୁଆପାଟ, ମାଣିଆବନ୍ଧ ଓ କୋଟପାଡ୍ ଆଦି ବୟନବସ୍ତ୍ର ଉପଲବ୍ଧ ହେବ। ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ୍‌, ତାମିଲନାଡ଼ୁର କାଞ୍ଜିବରମ୍ ପାଟ, ଦିଲ୍ଲୀ, ହରିୟାନାର ଫର୍ନିସିଂ ବସ୍ତ୍ର ଓ କର୍ଣ୍ଣାଟକର ସିଲ୍କ ଶାଢ଼ୀ ଆଦି ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଚଳିତବର୍ଷ ୧୦ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ବିଭାଗ ପକ୍ଷରୁ ଆଶା ରହିଛି। ଉଦ୍‌ଘାଟନୀ ସଂଧ୍ୟାରେ ବୟନିକାର ପରିଚାଳନା ନିର୍ଦ୍ଦେଶକ ନିବେଦିତା ପୃଷ୍ଟି, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।