ଭୁବନେଶ୍ବର: ଆମ ସରକାର ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳ ନୀତି’ ଆପଣାଇଛନ୍ତି। ତେଣୁ କାର୍ଯ୍ୟର ପ୍ରଥମ ଦିନରୁ ହିଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ଠାର ସହ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରନ୍ତୁ ବୋଲି ରେଳ ପ୍ରେକ୍ଷାଳୟରେ ଆଜି ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ୧୧ଟି ବିଭାଗର ୧,୫୪୩ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ‘ସୁଶାସନ’ର ତିନିଟି ମନ୍ତ୍ର ଦେଇ କହିଲେ, କର୍ମ କ୍ଷେତ୍ରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଆମ ସରକାର କ୍ଷମତାକୁ ଆସିବା ପରେ ଭିଜିଲାନ୍ସ ଚଢ଼ା‌ଉ ଜୋରସୋରରେ ଚାଲିଛି। ଚଢ଼ାଉ  ବେଳେ ଅନେକ ଅଧିକାରୀଙ୍କ ଘରୁ ପ୍ଲଟ୍‌, ଫ୍ଲାଟ୍‌, କୋଠା, ସୁନାରୁପା ସହ ନଗଦ ଅର୍ଥରାଶି ବାହାରୁଛି। ଆଜି ଜଣେ ଅତିରିକ୍ତ ତହସିଲଦାର ନିଜ ଘରେ ୭୫ ଲକ୍ଷ ଟଙ୍କା ସାଇତି ରଖିଥିବା ବେଳେ ଧରାପଡ଼ିଛନ୍ତି। କିନ୍ତୁ ଆମେ ଏଠି ସୁଶାସନ କଥା କହୁଛୁ। ଆପଣ ଯେଉଁମାନେ ଆଜି ନିଯୁକ୍ତିପତ୍ର ପାଇଛନ୍ତି, ସେମାନଙ୍କ କ୍ଷେତ୍ରରେ ଆଗକୁ ଯେମିତି ଏପ୍ରକାର ଚିତ୍ର ଟିଭି ଓ ଲୋକଙ୍କ ସାମନାକୁ ନ ଆସୁ। 

Advertisment

Horoscope 2025 December 31: ଜାଣନ୍ତୁ ଆଜିର ରାଶିଫଳ

ହାଇସ୍କୁଲରେ ‘୫-ଟି’ କାର୍ଯ୍ୟକାରିତା ନେଇ ମୁଖ୍ୟମନ୍ତ୍ରୀ କହିଲେ, ପୂର୍ବ ସରକାର ସମୟରେ ପ୍ରାଥମିକ ଶିକ୍ଷାକୁ ଆଦୌ ଗୁରୁତ୍ବ ଦିଆଯାଉ ନ ଥିଲା। ସ୍ମାର୍ଟ କ୍ଲାସ୍‌ରୁମ୍‌ ନାଁରେ ଭଙ୍ଗା କାନ୍ଥରେ ଚୂନ ମରାଯାଉଥିଲା। ସ୍ମାର୍ଟ ବୋର୍ଡ ନାଁରେ ଖାଲି ବୋର୍ଡ ଲଗାଉଥିଲେ। ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଗଲା। ଆମ ସରକାର ମାନବ ସମ୍ବଳ ତିଆରି କରିବା ଲକ୍ଷ୍ୟରେ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୨୦୦ ପ୍ରାଥମିକ ବିଦ୍ୟାଳୟର ରୂପ ବଦଳାଇବାକୁ ୧୨ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଦେଢ଼ ବର୍ଷରେ ୩୯,୪୫୯ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ ସରିଛି। ୫ ବର୍ଷରେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବୁ। ସରକାର ଦୁଇ ବର୍ଷ ପୂରଣ ବେଳକୁ ୬୫ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୨୦୩୬ ବେଳକୁ ଓଡ଼ିଶାରୁ ଅତି କମ୍‌ରେ ୧୦ ଜଣ କ୍ରୀଡ଼ାବିତ୍‌ ଯେପରି ଅଲମ୍ପିକ୍ସରେ ପଦକ ଜିତିବେ ପିଲାଙ୍କୁ ସେଭଳି ତାଲିମ ଦେବାକୁ ନବନିଯୁକ୍ତ କ୍ରୀଡ଼ା ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁ‌ରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ଗଣଶିକ୍ଷା ସଚିବ ଏନ୍‌ ତିରୁମାଲା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।