କପଡ଼ା ସୋ’ରୁମ୍‌ରୁ ୨୫.୫୦ ଲକ୍ଷର ଲୁଗା ଚୋରି

Advertisment
କପଡ଼ା ସୋ’ରୁମ୍‌ରୁ ୨୫.୫୦ ଲକ୍ଷର ଲୁଗା ଚୋରି

ରାଉରକେଲା: ସିଭିଲଟାଉନସିପ୍‌ ଫୋରମ୍‌ ଗ୍ୟାଲେରିଆ ମଲ୍‌ର କପଡା ସୋ’ରୁମ୍‌ରେ କଳାକନା ବୁଲାଇଛନ୍ତି ଚୋର। ଲକ୍ଷେ କି ଦୁଇ ଲକ୍ଷ ଟଙ୍କା ନୁହେଁ ପ୍ରାୟ ୨୫ ଲକ୍ଷ ୫୦ ହଜାର ଟଙ୍କାର କପଡା, ସିସିଟିଭି, କମ୍ପୁଟର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି। ସୋ’ରୁମ୍‌ ମାଲିକ ଚେତନ ଜୋହର ଏ ସଂକ୍ରାନ୍ତରେ ରଘୁନାଥପାଲୀ ଥାନାରେ ଲିଖିତ ଏତଲା ଦେଇଛନ୍ତି।

ପୁଲିସ ମାମଲା  ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ମୁତାବକ ଚେତନ ଜୋହରଙ୍କର ସିଭିଲଟାଉନସିପ୍‌ସ୍ଥ ଫୋରମ୍‌  ଗ୍ୟାଲେରିଆ ମଲ୍‌ରେ‘ଆଲେନ୍‌ ସଲି ଜୁନିୟର’ ନାମରେ ପ୍ରଥମ ମହଲାରେ କପଡା ସୋ’ରୁମ୍‌ ଖୋଲିଥିଲେ। ଦୋକାନ ଭଡା ବାବଦରେ ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ଭଡା ଦେଉଥିଲେ। ବ୍ୟବସାୟ ଠିକ୍‌  ନ ଚାଲିବାରୁ ଦୋକାନ ଭଡା  ଠିକ୍‌ ସମୟରେ ପଇଠ କରି ପାରିନଥିଲେ। ମଲ୍‌ ପକ୍ଷରୁ ତାଙ୍କ ଦୋକାନରୁ ବିଜୁଳି ସଂଯୋଗ କାଟି ଦିଆଯାଇଥିଲା। ଫଳରେ ଗତ ୨୧ ଜାନୁଆରୀ ଠାରୁ ତାଙ୍କ କପଡା ସୋ’ରୁମ୍‌ ବନ୍ଦ ରହିଥିଲା।

ଗତକାଲି ଚେତନଙ୍କର ଜଣେ କର୍ମଚାରୀ ବନ୍ଦ ଥିବା ସୋ’ରୁମ ଭିତରେ ଥିବା ଜିନିଷପତ୍ର ଠିକ୍ ଅଛି କି ନାହିଁ ଦେଖିବାକୁ ଯାଇଥିଲେ। ସୋ’ରୁମ ଖୋଲିବା ପରେକ କିଛି କପଡା ସହ କମ୍ପୁଟର, ସିସିଟିଭି ଆଦି ଅନ୍ୟାନ୍ୟ ଜିନିଷ ନଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସୋ’ରୁମ୍‌ ମାଲିକ ଚେତନଙ୍କୁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe