୨୫ ଦିନର ଶିଶୁକନ୍ୟାକୁ ଚେଙ୍କ

Advertisment
୨୫ ଦିନର ଶିଶୁକନ୍ୟାକୁ ଚେଙ୍କ

ଘଟଗାଁ : ଗତକାଲି ଘଟଗାଁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ମାତ୍ର ୫ କିଲୋମିଟର ଦୂର ବଡ଼ଜାମପଶି ଗ୍ରାମର ଢିପାସାହିର ଜଣେ ୨୫ ଦିନର ଶିଶୁ କନ୍ୟାର ପେଟରେ ଚେଙ୍କ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବଡ଼ଜାମପଶି ଗ୍ରାମ ଡିପାସାହିର ସନ୍ତୋଷ ବେହେରାଙ୍କ ଶିଶୁକନ୍ୟା ଜନ୍ମ ହେବାର କିଛି ଦିନ ପରେ ପଟେ ଫୁଲିବାରୁ ସେ ଯନ୍ତ୍ରଣାରେ କାନ୍ଦିଥିଲା। ଏଥିରେ ପରିବାର ଲୋକେ ବ୍ୟଥିତ ହୋଇପଡ଼ିଥିଲେ। ତେବେ ତାକୁ ନିକଟସ୍ଥ ଜାମପଶି ଗ୍ରାମରେ ଥିବା ଆୟୁଷ ଡାକ୍ତରଖାନା କିମ୍ବା ଘଟଗାଁରେ ଥିବା ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇନଥିଲେ। ଘରର ବଡ଼ବଡ଼ୁଆମାନଙ୍କ କଥାକୁ ବିଶ୍ୱାସ କରି ଶିଶୁକନ୍ୟାର ମାଆ ଗୀତାରାଣୀ ବେହେରା ପଡ଼ୋଶୀ ଜଣେ ମୁଣ୍ଡା ସଂପ୍ରଦାୟର ଲୋକଙ୍କୁ ଡାକି କନ୍ୟାର ପେଟରେ ୧୦ରୁ ଊର୍ଧ୍ୱ ସ୍ଥାନରେ ଚେଙ୍କ ଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଉକ୍ତ ଘଟଣା ଜଣାଯିବା ପରେ ଘଟଗାଁ ଡାକ୍ତରଖାନା ପକ୍ଷରୁ ଅସୁସ୍ଥ ଶିଶୁକୁ ତୁରନ୍ତ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe