ଉଖୁଣ୍ଡାରେ ୨୫ ହାତୀ, ଲୋକେ ଆତଙ୍କିତ

ଉଖୁଣ୍ଡାରେ ୨୫ ହାତୀ, ଲୋକେ ଆତଙ୍କିତ

ଝୁମ୍ପୁରା: ସୁନ୍ଦରଗଡ଼ ଜିଲ୍ଲା ଝୁମ୍ପୁରା ବ୍ଲକ୍‌ ଉଖୁଣ୍ଡା ଅଞ୍ଚଳରେ ବୁଧବାର ରାତିରେ ୨୫ଟିକିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀପଲ ତିନି ଭାଗରେ ବିଭକ୍ତ ହୋଇ ଜାମୁଦରସାହି, ଗୋପୀବଲ୍ଲଭପୁର, କଞ୍ଚନଡୁମୁରିଆ, ରାଧିକାଦେଇପୁର ଓ ବାରିଆରେ ପଶିଥିଲେ।

ତଳି କିଆର ନଷ୍ଟ କରିବା ସହ ପରିବା ଚାଷ ଉଜାଡ଼ି ଦେଇଛନ୍ତି। ହାତୀପଲକୁ ଦେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ଲୋକମାନେ ଚାରିଆଡ଼େ ଜଗି ରହିଥିବାରୁ ହାତୀପଲ ଯାଇପାରୁ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe