ମନମୁଣ୍ଡା : ଭୁବନେଶ୍ବରରୁ ବଲାଙ୍ଗୀର ଯାଉଥିବା ମିଶ୍ର ଟ୍ରାଭେଲ୍ସ (ଓଡି ୦୨ ଏସି ୦୨୮୦) ବସ୍ଟି ରବିବାର ଭୋର ୫ଟାରେ ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ମନମୁଣ୍ଡ ନିକଟ ବାସୁଦେବପାଲି ମାଉଳି ମନ୍ଦିର ପାଖ ବୁଲାଣିରେ ଭାରସାମ୍ୟ ହରାଇ ଏକ ବିରାଟ ଗଛକୁ ଧକ୍କା ଦେଇଥିଲା। ବସ୍ଟି ଦ୍ରୁତ ଗତିରେ ଥିବାରୁ ଏହାର ଡ୍ରାଇଭର ଓ ୨ ଜଣ ଯାତ୍ରୀ ଚାପି ହୋଇ ଯାଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଜେସିବି ଓ ଗ୍ୟାସ କଟର ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଆହତଙ୍କ ମଧ୍ୟରୁ ୧୦ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ୧୨ ଜଣ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।
ଭାରସାମ୍ୟ ହରାଇ ଗଛରେ ପିଟିଲା ବସ, ୨୫ ଆହତ, ୧୫ ଗୁରୁତର
Advertisment
Follow Us