୨୫ କେଜି ସମ୍ବର ମାଂସ ଜବତ, ଜଣେ ଗିରଫ

Advertisment
୨୫ କେଜି ସମ୍ବର ମାଂସ ଜବତ, ଜଣେ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝାରଖମଣ ଗ୍ରାମରେ ଶନିବାର ଜନୈକ ଯୁବକ ନିଜ ଘରେ ସମ୍ବର ମାଂସ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ଚଢ଼ଉ କରି ତାକୁ ଗିରଫ କରିବା ସହ ୨୫ କେଜି ମାଂସ ଜବତ କରିଛି।

ପ୍ରାପ୍ତ ସୂଚନାନୁସାରେ ଝାରଖମଣ ଗାଁ’ର ସନ୍ତୋଷ ସାହୁ ନାମକ ଜଣେ ଯୁବକ ନିଜ ଘରେ ସମ୍ବର ମାଂସ ବିକ୍ରି କରିବାକୁ ଓଜନ କରି ପଲିଥିନ୍‌ରେ ପ୍ୟାକିଂ କରୁଥିଲ। ଏ ସଂପର୍କରେ ସୂଚନା ପାଇ ବୌଦ୍ଧ ବନ ବିଭାଗ ଏସିଏଫ୍‌ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ବରେ ମୋବାଇଲ୍‌ ସ୍କ୍ବାଡ୍‌ ଓ ପୁରୁଣାକଟକ ରେଞ୍ଜ କର୍ମଚାରୀ ମାନେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସେଠାରୁ ୫୦ଟି ପଲିଥିନ୍‌ରେ ଭରାଯାଇଥିବା ପ୍ରାୟ ୨୫ କେଜି ମାଂସ ଜବତ କରିବା ସହ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଥିଲେ। ତାକୁ ନେଇ ପଚରାଉଚରା ପରେ ସେ ସମ୍ବର ଶିକାରୀଙ୍କ ନାମ ପ୍ରକାଶ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେଣେ ଶିକାରୀ ଓ ତା’ର ସହଯୋଗୀକୁ ଧରିବାକୁ ବନ ବିଭାଗ ଓ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ତନାଘନା ଜାରି ରଖିଥିବା ପୁରୁଣାକଟକ ରେଞ୍ଜ ଅଧିକାରୀ ନିହାର ମଲ୍ଲିକ ସୂଚନା ଦେଇଛନ୍ତି। ଅଞ୍ଚଳର ଜଙ୍ଗଲଗୁଡ଼ିକରେ ଅବାଧ ଜନ୍ତୁ ଶିକାରକୁ ନେଇ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe