ଭତ୍ତା ପାଇଁ ୨୫ କିମି, କେବେ ଦୂର ହେବ ୨ ଦିବ୍ୟାଙ୍ଗଙ୍କ ଦୁଃଖ?

Advertisment
ଭତ୍ତା ପାଇଁ ୨୫ କିମି, କେବେ ଦୂର ହେବ ୨ ଦିବ୍ୟାଙ୍ଗଙ୍କ ଦୁଃଖ?

କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ଭତ୍ତା ପାଇଁ ଦୁଇ ଜଣ ଦିବ୍ୟାଙ୍ଗଙ୍କୁ ୨୫ କିଲୋମିଟର ଦୂର ଯିବାକୁ ପଡ଼ୁଛି। ଦୀର୍ଘ ଦିନ ହେଲା ସେମାନେ ଏଭଳି କଷ୍ଟରେ ଭତ୍ତା ଆଣୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟର କଥା।

କୋମନା ବ୍ଲକ ଠିକପାଲି ଗାଁର ଧୋବା ନାଗ (୬୮) ଚାଲିବୁଲି ପାରୁନଥିବା ବେଳେ ପ୍ରଶାନ୍ତ କୈବର୍ତ୍ତ (୨୬) ଜନ୍ମରୁ ଅନ୍ଧ। ଉଭୟ ଦିବ୍ୟାଙ୍ଗ ହିତାଧିକାରୀ ୩/୪ ମାସ ପୂର୍ବରୁ ଆରାମରେ ନିକଟ ପଞ୍ଚାୟତ କର୍ମଚାରୀଙ୍କଠାରୁ ଭତ୍ତା ପାଉଥିଲେ। ହେଲେ ବର୍ତ୍ତମାନ ହିତାଧିକାରୀଙ୍କ ଆକାଉଣ୍ଟରେ ଭତ୍ତା ରାଶି ପଡ଼ୁଥିବାରୁ ସେମାନଙ୍କ ଦୁଃଖ ବଢ଼ିଯାଇଛି। ଗାଁରେ କୌଣସି ସୁବିଧା ନଥିବାରୁ କୋମନା ଏସ୍‌ବିଆଇକୁ ଭତ୍ତା ନେବାକୁ ଆସୁଥିବା ଦେଖାଯାଉଛି। ଅନ୍ୟପକ୍ଷରେ ​ଆକାଉଣ୍ଟ ଅଚଳ ଥିବା ସେମାନଙ୍କୁ କୁହାଯାଇଥିବାରୁ ନିରାଶ ହୋଇ ଫେରିବା ଘଟଣା ଚର୍ଚ୍ଚା ବିଷୟ ହୋଇଛି।

ଏନେଇ କୋମନା ବିଡିଓ ସୁଶାନ୍ତ ରଣା ଜାଣିବା ପରେ ସ୍ଥାନୀୟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୀତାକାନ୍ତ ବନଗୋଲାଙ୍କୁ ଏହାର ସମାଧାନ ପାଇ ନିର୍ଦେଶ ଦେଇଥିଲେ। ଶ୍ରୀ ବନଗୋଲା ଏସ୍‌ବିଆଇରେ ପହଞ୍ଚି ଉଭୟଙ୍କ ୩ ମାସର ଭତ୍ତା ପ୍ରଦାନ କରିବା ବ୍ୟବସ୍ଥା କରିଥିଲେ। ସେହିପରି ଘରେ ଯାଇ ସେମାନଙ୍କୁ ଭତ୍ତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶ୍ରୀ ରଣା ପ୍ରକାଶ କରିଛନ୍ତି। ବ୍ଲକରେ ଏଭଳି ବହୁ ହିତାଧିକାରୀ ​ରହିଥିବାରୁ ତୁରନ୍ତ​ ସେମାନଙ୍କୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe