ମସ୍‌ଜିଦ୍‌ରେ ଥିବା ୨୫ ଜଣଙ୍କ ସ୍ୱାବ୍‌ ସଂଗ୍ରହ, ଭିମ୍‌ସାର ଆଇସୋଲେସନ୍‌ କେନ୍ଦ୍ରକୁ ଗଲେ

ମସ୍‌ଜିଦ୍‌ରେ ଥିବା ୨୫ ଜଣଙ୍କ ସ୍ୱାବ୍‌ ସଂଗ୍ରହ, ଭିମ୍‌ସାର ଆଇସୋଲେସନ୍‌ କେନ୍ଦ୍ରକୁ ଗଲେ

www.vimsar.ac.in

ସମ୍ବଲପୁର : ସମ୍ବଲପୁର ଧନୁପାଲି ଥାନା ସୁନାପାଲିର ମରକଜ ମସ୍‌ଜିଦ୍‌ ଭିତରେ ଅନ୍ୟ ଜିଲ୍ଲା ତଥା ବାହାର ରାଜ୍ୟର ପ୍ରାୟ ୩୦ ଜଣ ବ୍ୟକ୍ତି ରହିଥିବା କଥା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ତନାଘନା କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ କାହାର କରୋନା ସଂକ୍ରମଣର ଲକ୍ଷଣ ନଥିବା ଦର୍ଶାଇ ସେହି ସ୍ଥାନରେ ସମସ୍ତଙ୍କୁ କ୍ବାରାଣ୍ଟିନ୍‌(ସଙ୍ଗରୋଧ)ରେ ରଖି ଦିଆଯାଇଥିଲା। ଏହି ଘଟଣାକୁ ନେଇ ରବିବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ୍‌ର ଟିମ୍‌ ସକାଳୁ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ୧୦ଟି ଆମ୍ବୁଲାନ୍ସ ଯୋଗେ ୨୫ ଜଣଙ୍କୁ ଚାଉଁରପୁରସ୍ଥିତ ସ୍ବାବ୍‌ ସଂଗ୍ରହ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସ୍ବାବ୍‌ ସଂଗୃହୀତ ହେବା ପରେ ସେମାନଙ୍କୁ ବୁର୍ଲା ଭିମ୍‌ସାରସ୍ଥିତ ଆଇସୋଲେସନ୍‌ କେନ୍ଦ୍ରକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ମସ୍‌ଜିଦ୍‌‌ରେ ଥିବା ଲୋକଙ୍କ ମଧ୍ୟରୁ କିଛି ଉତ୍ତରପ୍ରଦେଶ ମୁଜାଫରପୁରର, କିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଓ କିଛି ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି। ସେମାନେ ପୂର୍ବରୁ କେଉଁ କେଉଁ ଅଞ୍ଚଳ ଯାତ୍ରା କରିଥିଲେ ତାହା ଜାଣିବାକୁ ସେମାନଙ୍କ ମୋବାଇଲ୍‌ ଟ୍ରାକିଂ କରାଯାଇଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe