image source-india today
ଭବାନୀପାଟଣା: କରୋନା ଲକ୍ ଡାଉନ୍ ପାଇଁ କଳାହାଣ୍ଡି ଜିଲ୍ଲାର ୨୫ରୁ ଅଧିକ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶରେ ଫସିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘର ବାହୁଡ଼ା ପାଇଁ ନିବେଦନ କରିଛନ୍ତି। ୨୫ରୁ ଅଧିକ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶର ଆଚୁତପୁରମଠାରେ ଭୋକ ଉପାସରେ ଫସି ରହିଛନ୍ତି। କଂପାନି ଦୁଇ ମାସର ଦରମା ପୈଠ କରି ନାହିଁ କି ଖାଇବା ବ୍ୟବସ୍ଥା କରି ନାହିଁ। ଏମାନେ ଜୁନାଗଡ଼, ଗୋଲାମୁଣ୍ଡା, କେସିଙ୍ଗା ବ୍ଲକର ଦାଦନ ଶ୍ରମିକ ବୋଲି ଜଣାଯାଇଛି।
ଅପରପକ୍ଷରେ ତୀର୍ଥ କରିବାକୁ ଯାଇ ଜିଲ୍ଲାର ୨୧ ଜଣ ଫଥିବାର ଖବର ମିଳିଛି ।କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ୬ଟି ପରିବାରର ୨୧ ଜଣ ସଦସ୍ୟ ତିରୁପତି ଦର୍ଶନ ପାଇଁ ଯାଇ ଫସିରହିଛନ୍ତି । ସେମାନେ ଚଳିତ ମାସ ୧୮ ତାରିଖ ଦିନ ତିରୁପତି ଦର୍ଶନ ପାଇଁ ଯାଇଥିଲେ, ହେଲେ ୨୦ ତାରିଖ ଦିନ ଟ୍ରେନ ଚଳାଚଳ ବନ୍ଦ ହେବାରୁ ଫସିରହିଛନ୍ତି। ସେମାନଙ୍କ ପାଖରେ ଯାହା ପଇସାପତ୍ର ଥିଲା ସବୁ ସରିଗଲାଣି ଖାଇବା ପିଇବାକୁ ମଧ୍ୟ କିଛି ମିଳୁନାହିଁ ବୋଲି କହିଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଏହି ୬ ପରିବାର ୨୧ ଜଣଙ୍କୁ ଉଦ୍ଧାର କରି ନିଜ ଗାଁ କୁ ଫେରାଇ ଆଣିବା ପାଇଁ ଗୁହାରି କରିଛନ୍ତି।
Follow Us