ଜଂଗଲ ରାସ୍ତାରେ ଚାଲିଚାଲି ଫେରିଲେ, ୭ଦିନରେ ଅତିକ୍ରମ କଲେ ୨୫୦ କିଲୋମିଟର

Advertisment

୨୮ଶ୍ରମିକଙ୍କୁ ସଙ୍ଗରୋଧରେ ରଖିଛି ପ୍ରଶାସନ

୨୮ଶ୍ରମିକଙ୍କୁ ସଙ୍ଗରୋଧରେ ରଖିଛି ପ୍ରଶାସନ

ଜଂଗଲ ରାସ୍ତାରେ ଚାଲିଚାଲି ଫେରିଲେ, ୭ଦିନରେ ଅତିକ୍ରମ କଲେ ୨୫୦ କିଲୋମିଟର

ମାଲକାନଗିରି: ମୁହଁ ମୋଡ଼ି ଦେଲା ଠିକାଦାର। ଏହାପରେ ଅଖିଆ ଅପିଆ ପଦରେ ଯାତ୍ରା ଆରମ୍ଭ କଲେ। ଜଙ୍ଗଲ ରାସ୍ତାରେ ୭ଦିନ ଚାଲିବା ପରେ ୨୫୦କିଲୋମିଟର ଅତିକ୍ରମ କଲେ। ଏମିତି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ୨୮ଜଣ ଦାଦନ ଶ୍ରମିକ। ପ୍ରଶାସନ ଏମାନଙ୍କୁ ଠାବ କରିବା ପରେ ସଙ୍ଗରୋଧରେ ରଖିଛି।

ଖଇରପୁଟ ବ୍ଲକ୍‌ ବଡ଼ଘାଟ ଗାଁର ୨୮ଜଣ ଶ୍ରମିକ କିଛି ମାସ ତଳେ ତେଲେଙ୍ଗାନାର ଖମାମ ଜିଲ୍ଲାକୁ ଯାଇଥିଲେ। ଜଣେ ଠିକାଦାରଙ୍କ ଅଧୀନରେ ଏମାନେ କାମ କରୁଥିଲେ। ଗତମାସ ୨୮ତାରିଖ ପର୍ଯ୍ୟନ୍ତ ଠିକାଦାର ଏମାନଙ୍କ କଥା ବୁଝୁଥିଲେ। ଏହାପରେ ଭଗବାନଙ୍କ ଭରସାରେ ଛାଡ଼ି ଚାଲିଗଲେ। ଅନ୍ୟପଟେ ପରିବାର ଲୋକ ପ୍ରତିନିଧି ଫୋନ କରି ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହୀନସ୍ତା ହୋଇ ରହିବା ଅପେକ୍ଷା ଗାଁକୁ ଚାଲି ଚାଲି ଯିବା ବିକଳ୍ପକୁ ଏମାନେ ବାଛିଥିଲେ। ପୁଲିସ ଭୟରେ ଜଙ୍ଗଲ ରାସ୍ତା ଦେଇ ଚାଲିବା ଆରମ୍ଭ କରିଥିଲେ। ପ୍ରାୟ ଗୋଟିଏ ସପ୍ତାହ ଚାଲିବା ପରେ ୨୫୦ରୁ ଊର୍ଦ୍ଧ୍ବ କିଲୋମିଟର ଅତିକ୍ରମ କରି କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତର ଟୁନିଗୁଡ଼ା ଜଂଗଲରେ ପହଞ୍ଚିଥିଲେ। ସେଠାରୁ ମୁଖ୍ୟରାସ୍ତାକୁ ଆସିବା ବେଳକୁ ସ୍ଥାନୀୟ ଲୋକଙ୍କ ନଜରରେ ଆସିଥିଲେ। ଏନେଇ ବାଲିମେଳା ଥାନା ଏବଂ ପ୍ରଶାସନକୁ ଖବର ଦିଆଯାଇଥିଲା। ଚିତ୍ରକୋଣ୍ଡା ଏସ୍‌ଡିପିଓ ସୁନାରାମ ହେମ୍ରମ, ଥାନା ଅଧିକାରୀ ଜଗଦୀଶ ବାରା, ଏନଏସି ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ପ୍ରମୁଖ ଶ୍ରମିକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ଡ୍ରଗଲାଇନ ପ୍ରକଳ୍ପ ବିଦ୍ୟାଳୟରେ ସଙ୍ଗରୋଧରେ ରଖାଯାଇଛି। ପ୍ରାୟ ୧୪ଦିନ ପର୍ଯ୍ୟନ୍ତ ଏଠାରେ ରଖିବା ପରେ ପୁଣି ସ୍ବାସ୍ଥ୍ୟ ପରୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସେହିପରି ମାଲକାନଗିରି ଜିଲ୍ଲାର ବହୁ ଶ୍ରମିକ ବାହା ରାଜ୍ୟରେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ ଧୈର୍ଯ୍ୟ ହରାଇ ଚାଲି ଚାଲି ଘରକୁ ଫେରୁଛନ୍ତି। ପ୍ରଶାସନ ସେମାନଙ୍କୁ ଠାବ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe