କନ୍ଧମାଳରେ ୨୫୦ ଟପିଲା ଅଦା: ଜିଲ୍ଲାରେ ଉତ୍ପାଦିତ ୪,୨୦୦ ଟନ୍‌

Advertisment
କନ୍ଧମାଳରେ ୨୫୦ ଟପିଲା ଅଦା: ଜିଲ୍ଲାରେ ଉତ୍ପାଦିତ ୪,୨୦୦ ଟନ୍‌

GoodRx

ଫୁଲବାଣୀ, ୨୬/୫ (ଇମିସ): ଅଦା ଉତ୍ପାଦନ ପାଇଁ ପ୍ରସିଦ୍ଧ କନ୍ଧମାଳର ବିଭିନ୍ନ ହାଟ ବଜାରମାନଙ୍କରେ ଏବେ ଅଦା କିଲୋ ପ୍ରତି ୨୫୦ ଟଙ୍କା ଟପିଛି। ଗତବର୍ଷ ଅଦା କିଲୋ ୪୦୦ ଟଙ୍କା ଛୁଇଁଥିଲା। କନ୍ଧମାଳରେ ଅଦାର ଏଭଳି ଦରବୃଦ୍ଧିକୁ ସାଧାରଣ ଗ୍ରାହକ ସହଜରେ ବିଶ୍ବାସ କରିପାରୁ ନାହାନ୍ତି। କନ୍ଧମାଳରୁ ଉତ୍ପାଦିତ ଅଦା କୁଆଡ଼େ ଯାଉଛି? ଚଳିତ ବର୍ଷ କନ୍ଧମାଳରେ ପ୍ରଚୁର ଅଦା ଅମଳ ହୋଇଥିଲା, କିନ୍ତୁ ତାହା କାହିଁକି ବଜାର ଚାହିଦା ମେଣ୍ଟାଇବାରେ ସମର୍ଥ ହୋଇ ପାରୁନି ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

କନ୍ଧମାଳରେ ଉଚ୍ଚ କ୍ଷମତାସମ୍ପନ୍ନ ଶୀତଳଭଣ୍ଡାର ନିର୍ମିତ ହୋଇ ପାରୁ ନଥିବାରୁ ଚାଷୀ ପ୍ରତିବର୍ଷ ଅମଳ ଋତୁରେ ଅଦା ଓ ହଳଦୀର ଅଭାବୀ ବିକ୍ରିର ଶିକାର ହେଉଛି। ଅମଳ ଋତୁ ଫେବ୍ରୁଆରି-ମାର୍ଚ୍ଚରେ ବାହାର ବେପାରୀମାନେ ଚାଷୀଙ୍କଠାରୁ ଅଦା କିଲୋ ପିଛା ୪୦ରୁ ୫୦ ଟଙ୍କା ଦରରେ କିଣି ନେଇଥିଲେ। ଚାଷୀ ଅଦା କିଲୋ ପ୍ରତି ୫୦ ଟଙ୍କାରେ ବିକ୍ରି କରି ଦେଉଥିବା ବେଳେ ଅଭାବୀ ସମୟରେ ଚଢ଼ା ଦରରେ କିଣୁଛି। ଚଳିତବର୍ଷ ମଧ୍ୟ ଆନ୍ଧ୍ରପ୍ରଦେଶରେ ଅଦାର ଅମଳ ବାଧାପ୍ରାପ୍ତ ଥିବାରୁ ଫୁଲବାଣୀରେ ଅଦା ଦର ଆକାଶଛୁଆଁ ହୋଇଛି ବୋଲି ବ୍ୟବସାୟୀ କହୁଛନ୍ତି। ଅନ୍ୟପଟେ ଫେବ୍ରୁଆରି ଓ ମାର୍ଚ୍ଚରେ କନ୍ଧମାଳ ଚାଷୀ ଶାଗମାଛ ଦରରେ ବେପାରୀଙ୍କୁ ଅଦା ବିକ୍ରି କରିଦେବାକୁ ବାଧ୍ୟ ହୋଇଥିଲା। ଏବେ ଖାଲିହାତରେ ବସିଛି।

କନ୍ଧମାଳ ଜିଲ୍ଲାର ଚାଷୀ ମୁଖ୍ୟତଃ ଅଦା ଓ ହଳଦୀ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାର ୨୫୦୦ ହେକ୍ଟର ଜମିରେ ପାଖାପାଖି ୫ ହଜାର ଚାଷୀ ଅଦା ଚାଷ କରିଥାନ୍ତି। ଚଳିତ ୨୦୨୩-୨୪ କୃଷିବର୍ଷରେ ପାଖାପାଖି ୪,୨୦୦ ମେଟ୍ରିକ ଟନ୍‌ ଅଦା ଅମଳ ହୋଇଥିଲା। ଫେବ୍ରୁଆରି-ମାର୍ଚ୍ଚ ବେଳକୁ କନ୍ଧମାଳର ଚାଷୀ ସବୁତକ ଅଦା ବିକ୍ରି କରି ଦେଇଥିଲେ। କନ୍ଧମାଳ ଅଦା ଉନ୍ନତମାନର ଏବଂ ଏଥିରେ ବହୁ ଔଷଧୀୟ ଗୁଣ ରହିଥିବାରୁ ସମଗ୍ର ରାଜ୍ୟରେ ଏହାର ଚାହିଦା ରହିଛି। ବିଶେଷକରି କନ୍ଧମାଳ ଜିଲ୍ଲାର ଶୀତଳ ଜଳବାୟୁ ଓ ପାହାଡ଼ିଆ ମାଳଭୂମି ଅଦା ଚାଷ ପାଇଁ ବେଶ ଅନୁକୂଳ ହୋଇଥାଏ। କନ୍ଧମାଳ ଅଦା ଚାଷରେ କୌଣସି ରାସାୟନିକ ସାରର ପ୍ରୟୋଗ କରାଯାଇ ନଥାଏ। ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ହେଉଥିବା କନ୍ଧମାଳ ଅଦାର ସମଗ୍ର ରାଜ୍ୟରେ ଚାହିଦା ରହିଛି। ଏହାକୁ ଦୃଷ୍ଟି‌େରେ ରଖି ଉତ୍ପାଦନ ମଧ୍ୟ ଅଧିକ ହେଉଛି। କିନ୍ତୁ ସଂରକ୍ଷିତ ହୋଇପାରୁନି। ଅଦାର ଉଚିତ ସଂରକ୍ଷଣ ବ୍ୟବସ୍ଥା ସହିତ ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା କରାଗଲେ ହଜାର ହଜାର ସଂଖ୍ୟାରେ ଆଦିବାସୀ ଚାଷୀ ଉପକୃତ ହୋଇପାରନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe