ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଲା କରୋନା ଚିନ୍ତା; ୧୫ ଦିନରେ ୨୫୪ ଆକ୍ରାନ୍ତ, ଜଣେ ମୃତ

ଆଉ ୩୯୩ କୋଭିଡ୍‌ ପଜିଟିଭ୍ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୧୫ ଦିନ ମଧ୍ୟରେ ଜିଲ୍ଲାରେ ମୋଟ ୨୫୪ ଜଣ ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପରାମର୍ଶ ଦେଇଛନ୍ତି। ସେପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃ୍ଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ରାଉରକେଲା ସେକ୍ଟର-୬ ଏ/୪୭ କ୍ବାର୍ଟର୍ସର ପ୍ରଦୀପ ପାଲ (୩୯)ଙ୍କ କରୋନାରେ ମୃତ୍ୟୁ ‌ହୋଇଥିଲା। ଗତ ମାସ ୩୧ ତାରିଖରେ ପ୍ରଦୀପଙ୍କ ଦେହ ଅସୁସ୍ଥ ହେବାରୁ ଇସ୍ପାତ ଜେନେରାଲ ହସପିଟାଲ (ଆଇଜିଏଚ୍‌)ରେ କରୋନା ଟେଷ୍ଟ କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ତାଙ୍କୁ ଆର୍‌ଜିଏଚ୍‌ରେ କୋଭିଡ଼୍ କକ୍ଷକୁ ସ୍ଥାନାନ୍ତର କରାଯାଇଥିଲା। ସେ କରୋନା ଦୁଇଟି ଡୋଜ୍‌ ଟୀକା ମଧ୍ୟ ନେଇଥିଲେ। ତାଙ୍କର ଆର୍‌ଟିପିସିଆର୍‌ ରିପୋର୍ଟ କୋଭିଡ ପଜିଟିଭ୍‌ ଆସିଥିଲା। ପରେ ତାଙ୍କୁ ଆଇଜିଏଚ୍‌ରୁ ରାଉରକେଲା ସରକାରୀ ହସପିଟାଲ (ଆରଜିଏଚ)ର କୋଭିଡ ସେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୫ ତାରିଖରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe