୧୦ ମାସରେ ୨୫୪ ମାଓବାଦୀ ନିହତ

Advertisment

ସୀମାନ୍ତରେ ଭୁଶୁଡ଼ୁଛି ମାଓ ସଂଗଠନ। ପୁଲିସର ଲଗାତାର ଏନ୍‌କାଉଣ୍ଟର୍, ସର୍ଚ୍ଚ ଓ କମ୍ବିଂ ଅପରେସନ୍‌କୁ ସାମନା କରିନପାରି ପଛଘୁଞ୍ଚା ଦେଉଛନ୍ତି ମାଓବାଦୀ। ଗୁଇନ୍ଦା ସୂଚନାକୁ ଭିତ୍ତି କରି ପୁଲିସ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି କରୁଛି ଆକ୍ରମଣ।

ସୀମାନ୍ତରେ ଭୁଶୁଡ଼ୁଛି ମାଓ ସଂଗଠନ। ପୁଲିସର ଲଗାତାର ଏନ୍‌କାଉଣ୍ଟର୍, ସର୍ଚ୍ଚ ଓ କମ୍ବିଂ ଅପରେସନ୍‌କୁ ସାମନା କରିନପାରି ପଛଘୁଞ୍ଚା ଦେଉଛନ୍ତି ମାଓବାଦୀ। ଗୁଇନ୍ଦା ସୂଚନାକୁ ଭିତ୍ତି କରି ପୁଲିସ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି କରୁଛି ଆକ୍ରମଣ।

Mkg naxal killed youth

ମାଲକାନଗିରି: ସୀମାନ୍ତରେ ଭୁଶୁଡ଼ୁଛି ମାଓ ସଂଗଠନ। ପୁଲିସର ଲଗାତାର ଏନ୍‌କାଉଣ୍ଟର୍, ସର୍ଚ୍ଚ ଓ କମ୍ବିଂ ଅପରେସନ୍‌କୁ ସାମନା କରିନପାରି ପଛଘୁଞ୍ଚା ଦେଉଛନ୍ତି ମାଓବାଦୀ। ଗୁଇନ୍ଦା ସୂଚନାକୁ ଭିତ୍ତି କରି ପୁଲିସ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି କରୁଛି ଆକ୍ରମଣ। ଫଳରେ ଗତ ୧୦ ମାସରେ ପୁଲିସ ଏନ୍‌କାଉଣ୍ଟର୍‌ରେ ପ୍ରାଣ ହାରିଲେଣି ୨୫୪ ମାଓବାଦୀ। ମାଓ ଦମନରେ ନିୟୋଜିତ ଛତିଶଗଡ଼ ପୁଲିସ୍‌ ଓ ଯବାନଙ୍କ ପାଇଁ ଏହା ବଡ଼ ସଫଳତା।

ଛତିଶଗଡ଼ର ସୁକୁମା ଜିଲ୍ଲା ଭେଜି ଜଙ୍ଗଲରେ ଏନ୍‌କାଉଣ୍ଟର୍‌ରେ ୧୦ ମାଓବାଦୀ ନିହତ ପରେ ରଣନୀତିକୁ ନେଇ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛି ମାଓ ସଂଗଠନ। ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ପିଏଲ୍‌ଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ମାଓ ସଂଗଠନ। ଲଗାତାର ୪ ରାଜ୍ୟରେ ନକ୍ସଲ ଦମନ ନେଇ ପୁଲିସ ଜୋର୍‌ଦାର ଅପରେସନ କରି ସଫଳତା ପାଉଛି। ପ୍ରତିଦିନ ଯବାନ ନକ୍ସଲଙ୍କୁ ମାରିବା ସହ ସେମାନଙ୍କର ଗଡ଼ ଅକ୍ତିଆର କରି ଚାଲିଛନ୍ତି। ତଥାପି ନକ୍ସଲ ସଂଗଠନ ଦୁର୍ବଳ ‌ନ ହୋଇ ନିଜର ଲଢ଼େଇ ଜାରି ରଖିଥିବା ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ କରିଛି ମାଓ ସଂଗଠନ। ଅପରେସନ୍‌ ‘କଗାର’ ନାମରେ ନିରୀହ ଜନତାଙ୍କୁ ଅତ୍ୟାଚାର, ହତ୍ୟା ଭଳି କାର୍ଯ୍ୟ ପୁଲିସ କରୁଥିବା ନେଇ ମାଓ ସଂଗଠନ ଅଭିଯୋଗ କରିଛି। ପ୍ରତିବାଦରେ ସମସ୍ତେ ମିଳିମିଶି ପିଏଲ୍‌ଜିଏକୁ ଆଗକୁ ନେବା ଏବଂ ଅପରେସନ ‘କଗାର’କୁ ଦମନ କରିବା ବୋଲି ମାଓ ସଂଗଠନ ଆହ୍ବାନ ଦେଇଛି। ଗତ ଦିନରେ ସହିଦ ହୋଇଥିବା କମ୍ରେଡଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିବା ସହ ସେମାନଙ୍କର ବଳିଦାନକୁ ବ୍ୟର୍ଥ ଦିଆଯିବ ନାହିଁ ବୋଲି ମାଓ ସଂଗଠନ ପକ୍ଷରୁ କୁହାଯାଇଛି। ଜନସଂଗଠନରେ ଅଧିକରୁ ଅଧିକା ଲୋକଙ୍କୁ ସାମିଲ କରିବା ସହିତ ପୁଲିସ ଏନ୍‌କାଉଣ୍ଟର୍‌ରେ ଆହତ କମ୍ରେଡଙ୍କ ସୁସ୍ଥ ହେବା ନେଇ ସଂଗଠନ ପକ୍ଷରୁ ପ୍ରାର୍ଥନା କରାଯାଉଛି। ସୁସ୍ଥ ହେବା ପରେ ଯୁଦ୍ଧର ଦାୟିତ୍ବ ତୁଲାଇବେ ବୋଲି ମାଓ ସଂଗଠନ କହିଛି। 

  ପୁଲିସ ଏନ୍‌କାଉଣ୍ଟର୍‌ରେ ଗତ ୧୦ ମାସରେ ୨୫୪ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୦୯ ପୁରୁଷ ଓ ୮୧ ମହିଳା ରହିଛନ୍ତି। ଏଥି ସହ ୬୪ ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ହୋଇନ୍ତି। ମୃତ ଗ୍ରାମବାସୀଙ୍କ ମଧ୍ୟରେ ୫୬ ପୁରୁଷ, ୮ ମହିଳା ଏବଂ ୬ ମାସର ଶିଶୁର ମଧ୍ୟ ମୃତ୍ୟୁ ହୋଇଛି। ବିହାର ଓ ଝାଡ଼ଖଣ୍ଡରେ ୮, ଓଡ଼ିଶାରେ ୭, ଏମ୍‌ଏମ୍‌ସିର ୨ ଜଣ, ତେଲେଙ୍ଗାନାରେ ୧୧, ୫ ରାଜ୍ୟ କମିଟି ସ୍ତରର ସାଥୀ, ଜଣେ ଆଞ୍ଚଳିକ କମିଟି ସଦସ୍ୟ, ୨୦ଟି ଜିଲ୍ଲା କମିଟିର ସଦସ୍ୟ, ୬୨ ଜଣ ଏସ୍‌ସି କମିଟିର ସଦସ୍ୟ, ୭୭ ଜଣ ଦଳର ସଦସ୍ୟ, ୨୫ ଜଣ ପିଏଲ୍‌ଜିଏ ସଦସ୍ୟ ଏବଂ ୬୪ ଗ୍ରାମବାସୀ ପ୍ରାଣ ହରାଇଛନ୍ତି।  ଲୋକଙ୍କ ସୁରକ୍ଷା ପାଇଁ ଏମାନେ ବଳିଦାନ ଦେଇଛନ୍ତି। ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ପୂର୍ବବତ୍‌ ସଂଘର୍ଷ ଜାରି ରହିବ ବୋଲି ମାଓ ସଂଗଠନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe