କରୋନାକୁ ବାଜିମାତ ଦେଲା ୨୬ ଦିନର ଶିଶୁ  

Advertisment
କରୋନାକୁ ବାଜିମାତ ଦେଲା ୨୬ ଦିନର ଶିଶୁ  

ନୂଆପଡ଼ା: କରୋନା ଭାଇରସ୍ ମହାମାରୀ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢ଼ିଛି । ଏହି ସଂକ୍ରମଣ ଯୋଗୁଁ ଅନେକ ପରିବାର ଉଜୁଡ଼ି ଯାଉଛି । ଗର୍ଭବତୀ ମା’କୁ ମଧ୍ୟ କରୋନା ଛାଡୁ ନାହିଁ । ପୁଣି ମା’ କରୋନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ନବଜାତ ଶିଶୁ ଏଥିରୁ ନିବୃତ୍ତ ରହୁଥିବା ନଜିର ରହୁଛି । କରୋନାରେ ପୀଡ଼ିତ ୨୬ ଦିନର ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛି । ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅଂଚଳରେ ଏହି ଖୁସି ଖବର ଦେଖିବାକୁ ମିଳିଛି ।

publive-image

ନବଜାତ ଶିଶୁ ଅସୁସ୍ଥ ହେବା ପରେ ପରିବାର ଲୋକେ ତାକୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟକୁ ଆଣିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବରୁ ଶିଶୁଟିର କୋଭିଡ ପରୀକ୍ଷା କରାଯାଇଥିଲା । ନମୁନା ପରୀକ୍ଷା ପରେ ଶିଶୁଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ଶିଶୁକୁ ଶିଶୁୱାର୍ଡର ଏସ୍‌ଏନ୍‌ସିୟୁରେ ଗତ ୧୨ ତାରିଖରେ ଭର୍ତ୍ତି କରାଯାଇଥିଲା ।

ତେବେ ୭ ଦିନର ଚିକିତ୍ସା ପରେ ଶିଶୁଟି ସୁସ୍ଥ ହୋଇ ଘରକୁ ଫେରିଛି । ଶିଶୁର ମା’ ମଧ୍ୟ କିଛି ଦିିନ ପୂର୍ବରୁ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ଜିଲ୍ଲାପାଳ ସ୍ୱାଧା ଦେବ ସିଂ ଟୁଇଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe