୨୬ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଓ ବଦଳି

Advertisment
୧୦୦ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମିଳିବ ଡିଜିପି ଡିସ୍କ୍‌; ଅଗଷ୍ଟ ୧୫ରେ ଦିଆଯିବ ପଦକ

କଟକ : ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ଡିଏସ୍‌ପି ପାହ୍ୟାର ୨୬ଜଣଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।

ରାଜ୍ୟ ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଭିଜିଲାନ୍ସରେ ପୂର୍ବରୁ କାର୍ଯ୍ୟରତ ପ୍ରକାଶ କୁମାର ନାୟକ, ଅକ୍ଷୟ କୁମାର ମିଶ୍ର, ବେଣୁଧର ନାୟକ, ବନମାଳି ଧଳଙ୍କ ନିଜ ବିଭାଗରେ ରଖାଯାଇ ପଦୋନ୍ନତି ଦିଆଯାଇଛି। ସେହିପରି ଭୁବନେଶ୍ବର-କଟକ କମିସନରେଟ ପୁଲିସ୍‌କୁ ଅତିରିକ୍ତ ଡିସିପି ଭାବେ ସୁବାସ ଚନ୍ଦ୍ର ମହାନ୍ତି, କିଶୋର ଚନ୍ଦ୍ର ପାଟଶାଣୀ, ସନ୍ତୋଷ କୁମାର ଦାସ ବଦଳି ହୋଇ ଆସିଛନ୍ତି। ଏମାନଙ୍କ ବ୍ୟତୀତ ହରିହର ପାଣି କେନ୍ଦୁଝରକୁ, ଅଶୋକ କୁମାର ମହାନ୍ତି ଗଞ୍ଜାମ ଆଇୟୁସିଏଡବ୍ଲୁକୁ, ପ୍ରସନ୍ନ କୁମାର ବିଶ୍ବାଳ ଅନୁଗୁଳକୁ, ନିମାଇଁ ଚରଣ ସେଠୀ ପାରାଦ୍ବୀପକୁ, ମନୋର˚ଜନ ସାମଲ ବାଲେଶ୍ବରକୁ, ଗଦାଧର ମହାପାତ୍ର କଟକ ଏସ୍‌ପି ମୁଖ୍ୟାଳୟକୁ, ଅମରେଶ କୁମାର ପାଣିଗ୍ରାହୀ ବାଲେଶ୍ବରକୁ, ଜୟକୃଷ୍ଣ ବେହେରା ନବରଙ୍ଗପୁରକୁ, ବାଉରିବନ୍ଧୁ ବେହେରା ଯାଜପୁର ଆଇୟୁସିଏଡବ୍ଲୁକୁ, ବିଜୟ କୁମାର ମଲ୍ଲିକ ଭଞ୍ଜନଗରକୁ, ରାମଚନ୍ଦ୍ର ଥମ୍ବ କଟକ କ୍ରାଇମ୍‌ବ୍ରାଞ୍ଚକୁ, ଉଗ୍ରସେନ ପ୍ରଧାନ ସମ୍ବଲପୁରକୁ, ଉମାକାନ୍ତ ମଲ୍ଲିକ ନୟାଗଡ଼କୁ, ମୋହନ ପାଣି କାରୁଆ ରାଉରକେଲାକୁ, ଅଙ୍କୁର ମଲ୍ଲିକ ମୟୁରଭଞ୍ଜ ଆଇୟୁସିଏଡବ୍ଲୁକୁ, କେଶବ ଚନ୍ଦ୍ର ବେହେରା ଝାରସୁଗୁଡ଼ା ଆଇୟୁସିଏଡବ୍ଲୁକୁ, ଏ.ଏନ୍‌ ମହାନ୍ତି ରାୟଗଡ଼ାକୁ, ଜୟରାମ ଶତପଥୀ କଳିଙ୍ଗନଗରକୁ, ସୁବଳ ଚନ୍ଦ୍ର କର ସ୍ପେଶାଲ ବ୍ରାଞ୍ଚକୁ ଅତିରିକ୍ତ ଏସ୍‌ପି ଭାବେ ବଦଳି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe