ପୁଣି ନୂଆ ୨୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬କୁ ବୃଦ୍ଧି

Advertisment
ପୁଣି ନୂଆ ୨୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୧ ଆକ୍ରାନ୍ତ ଅଛନ୍ତି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ ଆଜି କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୨୩୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୯୧, ଗଞ୍ଜାମ ଜିଲ୍ଲାରୁ ୧୯୦, ବଲାଙ୍ଗୀର ଜିଲ୍ଲାରୁ ୪୨, ବାଲେଶ୍ବର ଜିଲ୍ଲାରୁ ୧୦୩, କୋରାପୁଟ ଜିଲ୍ଲାରୁ ୧୨୭, ଭଦ୍ରକ ଜିଲ୍ଲାରୁ ୪୭, ରାୟଗଡ଼ା ଜିଲ୍ଲାରୁ ୫୪, ପୁରୀ ଜିଲ୍ଲାରୁ ୪୬, ସୁନ୍ଦରଗଡ଼ ଜିଲ୍ଲାରୁ ୧୯, ଜଗତସିଂହପୁର ଜିଲ୍ଲାରୁ ୮୨, ସମ୍ବଲପୁର ଜିଲ୍ଲାରୁ ୭୮, କଳାହାଣ୍ଡି ଜିଲ୍ଲାରୁ ୬୩, ଯାଜପୁର ଜିଲ୍ଲାରୁ ୧୦୩, କନ୍ଧମାଳ ଜିଲ୍ଲାରୁ ୧୭, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୮, ମାଲକାନଗିରି ଜିଲ୍ଲାରୁ ୮୦, ଗଜପତି ଜିଲ୍ଲାରୁ ୭, ମୟୂରଭଞ୍ଜ ଜିଲ୍ଲାରୁ ୫୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୫, ଢେଙ୍କାନାଳ ଜିଲ୍ଲାରୁ ୬୭, ନବରଙ୍ଗପୁର ଜିଲ୍ଲାରୁ ୧୮, କେନ୍ଦୁଝର ଜିଲ୍ଲାରୁ ୮୬, ସୁବର୍ଣ୍ଣପୁର ଜିଲ୍ଲାରୁ ୨୧, ଅନୁଗୁଳ ଜିଲ୍ଲାରୁ ୧୪, ବରଗଡ଼ ଜିଲ୍ଲାରୁ ୮୨, ନୂଆପଡ଼ା ଜିଲ୍ଲାରୁ ୧୬, ଦେବଗଡ଼ ୩ ଓ ବୌଦ୍ଧ ଜିଲ୍ଲାରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୭୩୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୭୫୮ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe