ଓଜନରେ ଠକି ଧରାପଡ଼ିଲେ ୨୬୧ଟି ରାସନକାର୍ଡ଼ ଦୋକାନୀ

Advertisment
ଏନ୍‌ଏଫ୍‌ଏସ୍‌ଏରେ ୩.୭୬ କୋଟି ହିତାଧିକାରୀ ସାମିଲ

Mint

ଭୁବନେଶ୍ବର : ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ୧ ଟଙ୍କିଆ ଚାଉଳ ଯୋଗାଉଛନ୍ତି। ଅଥଚ ସେଥିରେ ବି ଘୋଟାଲା। କମ୍‌ ଓଜନର ରାସନ୍‌ ଦେଇ ଗରିବଙ୍କୁ ଠକିଛନ୍ତି ସୁଲଭ ମୂଲ୍ୟ ଦୋକାନୀ। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ଯାଞ୍ଚବେଳେ ଏପରି ୨୬୧ଟି ସୁଲଭ ମୂଲ୍ୟ ଦୋକାନୀ ଧରାପଡ଼ିଛନ୍ତି। ଆଉ ସେମାନଙ୍କ ଠାରୁ ୪ ଲକ୍ଷ ୯୬ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଗକୁ ଜିଲ୍ଲାଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ରାସନ୍‌ ବଣ୍ଟନ ଦୋକାନରେ ବ୍ୟାପକ ଭାବେ ଓଜନ ଠକେଇ ହେଉଥିବା ନେଇ ଅଭିଯୋଗ ହେବା ପରେ ଗତ ମେ ମାସରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜିଲ୍ଲା ଓ ଆର୍‌ଡିସି ଜୋନ୍‌ ସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ଼୍‌ ଗଠନ କରାଯାଇ ଯାଞ୍ଚ କରାଯାଇଥିଲା। ଏହି କାର୍ଯ୍ୟପାଇଁ ଯୋଗାଣ ବିଭାଗ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ୍‌ ଅଫିସର ଦାୟିତ୍ବ ଦିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଯାଞ୍ଚ ହୋଇଥିବା ୩ ହଜାର ୬୦୦ ଟି ସୁଲଭ ମୂଲ୍ୟ ଦୋକାନଗୁଡ଼ିକରୁ ୨୬୧ଟି ଖିଲାଫକାରୀଙ୍କ ଠାରୁ ଜରିମାନା ବାବଦକୁ କମ୍ପାଉଣ୍ଡିଂ ଫି ଆକାରରେ ଅର୍ଥ ଆଦାୟ କରାଯାଇଛି। ବିଶେଷକରି ଯାଞ୍ଚ ସମୟରେ ଅଧିକାରୀମାନେ ଉପସ୍ଥିତ ଥିବା ଖାଉଟିମାନଙ୍କୁ ଓଜନ ଯନ୍ତ୍ରର ସଠିକତା ଓ ଏଥିରେ ସରକାରୀ ମୋହର ଓ ପ୍ରାମାଣିକତା ସମ୍ପର୍କରେ ସଚେତନ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe