ଜେଲ ପାଠଶାଳାରେ ଉତ୍ତୀର୍ଣ୍ଣ ୨୭ କଏଦୀ: ୫୨ ବର୍ଷରେ ଯୁକ୍ତ ଦୁଇ ପାସ, ଇତିହାସ ସ୍ନାତକୋତ୍ତରରେ ୬୬% ନମ୍ବର ରଖିଲେ ୫୪ ବର୍ଷୀୟ କ୍ଷୀରୋଦ

ଜେଲରେ ପାଠପଢ଼ି ଉତ୍ତୀର୍ଣ୍ଣ ହୋଇଛନ୍ତି ସମ୍ବଲପୁର ଜିଲ୍ଲା କାରାଗାରର ୨୭ କଏଦୀ। ଏମାନେ ସମସ୍ତେ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରୁ ସେକେଣ୍ଡାରି, ସିନିୟର ସେକେଣ୍ଡାରି, ଡିପ୍ଲୋମା ଏବଂ ସେକ୍ଟେରିଆଲ୍‌ ଡିପ୍ଲୋମା ଭଳି ପାଠ୍ୟକ୍ରମରେ ସଫଳ ହୋଇଛନ୍ତି।

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର: ଜେଲରେ ପାଠପଢ଼ି ଉତ୍ତୀର୍ଣ୍ଣ ହୋଇଛନ୍ତି ସମ୍ବଲପୁର ଜିଲ୍ଲା କାରାଗାରର ୨୭ କଏଦୀ। ଏମାନେ ସମସ୍ତେ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରୁ ସେକେଣ୍ଡାରି, ସିନିୟର ସେକେଣ୍ଡାରି, ଡିପ୍ଲୋମା ଏବଂ ସେକ୍ଟେରିଆଲ୍‌ ଡିପ୍ଲୋମା ଭଳି ପାଠ୍ୟକ୍ରମରେ ସଫଳ ହୋଇଛନ୍ତି। ଏହାଛଡ଼ା ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀରେ ମଧ୍ୟ ୧୩ ଜଣ ପଞ୍ଜୀକୃତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ପାଓମେକ୍ସ କମ୍ପାନିର ଜଣେ ୫୨ ବର୍ଷୀୟ କର୍ମଚାରୀ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶ୍ରମିକ ଅଶାନ୍ତିକୁ କେନ୍ଦ୍ର କରି କାରଖାନାରେ ହୋଇଥିବା ପୋଡ଼ାଜଳା ମାମଲାରେ ସେ ଗିରଫ ହୋଇ ଜେଲକୁ ଆସିଥିଲେ। ଖାଲି ସମୟକୁ ପାଠପଢ଼ାରେ ବିନିଯୋଗ କରି ସେ ଯୁକ୍ତ ଦୁଇ ପରୀକ୍ଷାରେ ସଫଳ ହୋଇଛନ୍ତି। ସେହିପରି ଇତିହାସ ସ୍ନାତକୋତ୍ତରରେ ୬୬ ପ୍ରତିଶତ ନମ୍ବର ରଖି ଉଦାହରଣ ସୃଷ୍ଟି କରିଛନ୍ତି ଚାଷୀ କ୍ଷୀରୋଦ ଚୌଧୁରୀ (୫୪ବର୍ଷ)। ସାଧାରଣ ଜୀବନରେ ବ୍ୟସ୍ତତା ଯୋଗୁଁ ଯାହା ଅସମ୍ଭବ ଥିଲା, ତାହା ସେ ଜେଲରେ କରି ଦେଖାଇଛନ୍ତି। ସେମିତି ୫୬ ବର୍ଷୀୟ ଭୁଜରାଜ ପ୍ରଧାନ ଇଂରାଜୀ ସ୍ନାତକୋତ୍ତର ପରୀକ୍ଷାରେ ସଫଳ ହୋଇଛନ୍ତି। ଏମାନଙ୍କଠାରୁ ଅନୁପ୍ରାଣିତ ହୋଇ ନିଶା କାରବାର(ଏନ୍‌ଡିପିଏସ୍‌) ମାମଲାରେ ସମ୍ବଲପୁର ମଣ୍ଡଳ ଜେଲକୁ ଆସିଥିବା ଭୋପାଳର ରାମନିବାସ ଖୁର ମଧ୍ୟ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ନିଜ ନାମ ଲେଖାଇଛନ୍ତି। ଏସବୁ କେବଳ ଉଦାହରଣ ମାତ୍ର। ଏହିଭଳି ଅନେକ କଏଦୀ ମାଡ଼ପିଟ୍‌ଠାରୁ ଆରମ୍ଭ କରି ନିଶା, ହତ୍ୟାକାଣ୍ଡ, ପୋଡ଼ାଜଳା, ଚୋରି ଭଳି ଅପରାଧରେ ଜେଲ ଆସି ଏଠାରେ ପାଠପଢ଼ି ପରୀକ୍ଷାରେ ସଫଳ ହୋଇଛନ୍ତି। 

ଜେଲ ଶିକ୍ଷକ ଶିବପ୍ରସାଦ ମେହେର କହିଛନ୍ତି, ଜେଲକୁ ଆସୁଥିବା ନିରକ୍ଷର କଏଦୀଙ୍କୁ ପାଠ ପଢ଼ାଇବା ପାଇଁ ସ୍କୁଲ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ମୁକ୍ତ ବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଫଳରେ ଅନେକ କଏଦୀ ମାଟ୍ରିକ, ଯୁକ୍ତ ଦୁଇଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ୁଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଆଦି ପାଠ୍ୟକ୍ରମରେ ମଧ୍ୟ ଏମାନେ ସଫଳ ହେଉଛନ୍ତି। ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା କଏଦୀଙ୍କ ମଧ୍ୟରେ ଚାଷୀ, ଆଇନଜୀବୀ, ବ୍ୟବସାୟୀ ଏବଂ ବୁଣାକାରଙ୍କ ସଂଖ୍ୟା ଅଧିକ ରହିଛି। ଏମାନଙ୍କ ମଧ୍ୟରୁ ଅନେକ ଛୋଟ‌ ଅପରାଧରେ ବିଚାରଧୀନ କଏଦୀ ଭାବରେ ରହି ପାଠ୍ୟକ୍ରମରେ ନାଁ ଲେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe