image source-odishabytes
ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଦାଦନ ଖଟିବା ସକାଶେ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାକୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ୧୭ ନାବାଳିକା ଏବଂ ୧୦ ନାବାଳକଙ୍କ ସମେତ ୨୭ ଜଣଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେଦାରପୁର ପଞ୍ଚାୟତର ଜିତନାଗା ଗ୍ରାମରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।
ଉଦ୍ଧାର କରାଯାଇଥିବା ପିଲାମାନେ ଭଦ୍ରକ ଜିଲ୍ଲା ସମେତ ପଡ଼ୋଶୀ ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି । ପୁଲିସ ସେମାନଙ୍କୁ ଉଦ୍ଧାର କରିବା ପରେ ସୁଧାର ଗୃହରେ ଛାଡ଼ିଛନ୍ତି । ପୋଲିସ ଏହି ଘଟଣାରେ ଜିତାନଗା ଗ୍ରାମର ମନ୍ଦରଧର ପତି ଏବଂ ତାଙ୍କ ସ୍ତ୍ରୀଙ୍କୁ ଅଟକରଖି ପଚରା ଉଚରା ଚଳାଇଛି।
ଅନ୍ୟପକ୍ଷରେ ଏହି ପିଲାମାନଙ୍କୁ ବିଜୟୱାଡ଼ା ନିଆଯାଇ ସେଠାରେ ଶ୍ରମିକ ଭାବେ ନିୟୋଜିତ କରିବାକୁ ନିଆଯାଉଥିଲା। ତେବେ ଏହି ଘଟଣା ପରେ ପିଲାମାନଙ୍କ ଠିକଣା ସଂଗ୍ରହ କରାଯାଇ ସେମାନଙ୍କ ପରିବାରଲୋକଙ୍କୁ ଖବର ଦିଆଯାଇଥିବା ନେଇ ପୁଲିସ ପକ୍ଷରୁ କୁହାଯାଇଛି।
Follow Us