ଦେବଗଡ଼ ଜିଲ୍ଲାରୁ ତୀର୍ଥ ଯାତ୍ରାରେ ଯିବେ ୨୭ ବରିଷ୍ଠ ନାଗରିକ

Advertisment
ଦେବଗଡ଼ ଜିଲ୍ଲାରୁ ତୀର୍ଥ ଯାତ୍ରାରେ ଯିବେ ୨୭ ବରିଷ୍ଠ ନାଗରିକ

Senior Citizen Tour Packages

ଦେବଗଡ଼: ରାଜ୍ୟର ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି। ୨୦୧୯-୨୦ ବର୍ଷରେ କରୋନା ମହାମାରୀ ଯୋଗୁଁ ଯାଇ ପାରି ନଥିବା ତୀର୍ଥ ଯାତ୍ରୀଙ୍କ ନିମନ୍ତେ ପୁଣି ଥରେ ସୁଯୋଗ ଆଣିଛନ୍ତି ସରକାର। ଏହି କ୍ରମରେ ଚଳିତ ବର୍ଷ ଦେବଗଡ଼ ଜିଲ୍ଲାରୁ ୨୭ ଜଣ ବରିଷ୍ଠ ନାଗରିକ ଆଗ୍ରା, ମଥୁରା ଓ ବୃନ୍ଦାବନ ପରିଭ୍ରମଣ କରିବା କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ଜାନୁଆରି ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ କରିବା ପାଇଁ ଜିଲ୍ଳାସ୍ତରୀୟ କୋର୍ଡିନେଟ୍‌ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜାନୁଆରି ୧୭ ତାରିଖ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରୀଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ସୂଚନା ଓ ଲୋକସଂପର୍କ ବିଭାଗରେ ପହଞ୍ଚିବା ପରେ ଅପରାହ୍‌ଣରେ ସମ୍ବଲପୁର ଅଭିମୁଖେ ବସ୍‌ରେ ଯାତ୍ରା କରିବେ ବୋଲି ସୂଚନା ଦିଆଯାଇଥିଲା। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଏଏସ୍‌ପି ଅଙ୍କୁର ମଲ୍ଲିକ, ଡିଆରଡିଏ ପିଡି ଲୁକାସ ପ୍ରଧାନ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଧନଞ୍ଜୟ ମହନ୍ତ, ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକ, ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ କୈବଲ୍ୟ କର, ସମ୍ବଲପୁର ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ, ଭାରପ୍ରାପ୍ତ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe