ଖଲ୍ଲିକୋଟ : ଗଂଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଭଲ ଦରମା ଆଶାରେ ଓମାନ୍ର ରାଜଧାନୀ ମସ୍କାଟ୍କୁ ଯାଇଥିବା ୨୮ ଓଡ଼ିଆ ଶ୍ରମିକ ୬ ମାସ ହେଲା ସେଠାରେ ନିର୍ଯାତନା ଭୋଗୁଥିବା ଜଣାପଡ଼ିଛି। ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପାଳଧୁଆପଲ୍ଲୀ, ଆଇତିପୁର ଓ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ୨୮ଜଣ ଯୁବକ ସେଠାରେ ନିର୍ଯାତିତ ହେଉଛନ୍ତି। ପାସ୍ପୋର୍ଟ ଅବଧି ଏକ ବର୍ଷ ହେଲା ସରି ଯାଇଥିବା ବେଳେ ସଂପୃକ୍ତ କଂପାନି କର୍ତୃପକ୍ଷ ଦରମା ଦେଉ ନାହାନ୍ତି। ଏହାସହ ଖାଇବା, ପିଇବା ଠିକ୍ ଭାବେ ଦିଆଯାଉ ନାହିଁ। ସେମାନଙ୍କୁ ପ୍ରତିଦିନ ୧୨ ଘଣ୍ଟା ଖଟା ଯାଉଥିବା ଜଣାପଡ଼ିଛି। ପାସ୍ପୋର୍ଟ ନବୀକରଣ କରି ସେମାନଙ୍କୁ ନିଜ ଦେଶକୁ ଫେରାଇ ଦେବାକୁ ଏହି ଶ୍ରମିକମାନେ ବହୁବାର କଂପାନି କର୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ହେଲେ କର୍ତୃପକ୍ଷ କଥା ଶୁଣିବା ବଦଳରେ ସେମାନଙ୍କୁ ମାଡ଼ ମାରୁଛନ୍ତି। କାମରେ ଅଧିକ ସମୟ ନିୟୋଜିତ କରାଯାଉଛି। କିନ୍ତୁ ପ୍ରାପ୍ୟ ଦିଆଯାଉନି। ଏନେଇ ନିର୍ଯାତିତ ଶ୍ରମିକ ମାନେ ଫୋନ୍ ଯୋଗେ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରିଛନ୍ତି। ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ନେଇ ଫେରାଇ ଆଣିବାକୁ ନିବେଦନ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us