Advertisment

୨୮ ଜଣଙ୍କୁ ମିଳିଲା ପୁଲିସ ପଦକ: ଏସଓଜିର ୧୬ ଜଣଙ୍କୁ ମିଳିଲା ସାହସିକତା ପୁରସ୍କାର

Advertisment

୨୦୨୦ କରୋନା ପାଇଁ ହୋଇ ନ ଥିଲା ଉତ୍ସବ

୨୦୨୦ କରୋନା ପାଇଁ ହୋଇ ନ ଥିଲା ଉତ୍ସବ

୨୮ ଜଣଙ୍କୁ ମିଳିଲା ପୁଲିସ ପଦକ: ଏସଓଜିର ୧୬ ଜଣଙ୍କୁ ମିଳିଲା ସାହସିକତା ପୁରସ୍କାର

ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ଗତକାଲି ଲୋକସେବା ଭବନରେ ପୁଲିସ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୨୦୨୩ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରା ଯାଇଥିବା ୧୨ ଜଣ ଏବଂ କରୋନା ପାଇଁ ଅଟକି ରହିଥିବା ୨୦୨୦ ମସିହାର ୧୬ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ଚଳିତବର୍ଷ ଉଲ୍ଲେଖନୀୟ ସେବା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟର କନଷ୍ଟେବଳ ପ୍ରହ୍ଲାଦ କୁମାର ରାଉତଙ୍କୁ ପଦକ ପ୍ରଦାନ କରାଯାଇଛି। ସେହିପରି ପ୍ରଶଂସନୀୟ ସେବା ପାଇଁ ଭଦ୍ରକ ଅତିରିକ୍ତ ଏସପି ଯତୀନ୍ଦ୍ର କୁମାର ପଣ୍ଡା, ବରଗଡ଼ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ୟୁନିଟ୍ ଡିଏସପି ସୁଂଧାଂଶୁ ଶେଖର ପୂଜାରୀ, ଭୁବନେଶ୍ବର କମିସନରେଟ ଏସିପି ହିମାଂଶୁ ଭୂଷଣ ସ୍ବାଇଁ, ବୈରୀ ସ୍ଥିତ ପିଟିଆଇର ଡେପୁଟି କମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର କୁମାର ଦାର, ଭୁବନେଶ୍ବର ସିକ୍ୟୁରିଟି ଉଇଙ୍ଗ୍ ଇନ୍ସପେକ୍ଟର ଅରୁଣ କୁମାର ବଳିୟାରସିଂ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ ସବଇନ୍ସପେକ୍ଟର ଯୁଗଳ କିଶୋର ପ୍ରଧାନ, ଭିଜିଲାନ୍ସ ନିର୍ଦ୍ଦେଶାଳୟ କନଷ୍ଟେବଳ ସରଵର୍ଦ୍ଦିନ ଖାନ୍, ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋରେ ଅବସ୍ଥାପିତ କମ୍ପ୍ୟୁଟର ବିଭାଗର ଏଏସ୍ଆଇ ବିନୟ ଭୂଷଣ ମହାନ୍ତି, ଭୁବନେଶ୍ବର ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ଡ୍ରିଲ୍ ଇନ୍ସପେକ୍ଟର ଅନିଲ କୁମାର ମିଞ୍ଜ ଓ ରାଉରକେଲାର ଚତୁର୍ଥ ବାଟାଲିଅନ୍ ସିପାହୀ ପ୍ରଦୀପ କୁମାର ବେହେରାଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି।

ସେହିପରି ୨୦୨୦ରେ ପଦକ ପାଇ ପାରି ନ ଥିବା ୧୬ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ସେମାନେ ହେଲେ ଏସ୍ଓଜି ସବଇନ୍ସପେକ୍ଟର (ଆର୍ମଡ୍) ଗଗନ ବିହାରୀ ନାୟକ, ଏସଓଜି ହାବିଲଦାର (ଆର୍ମଡ) କୃଷ୍ଣାଲୋକ ବେହେରା, ଏସ୍ଓଜି କମାଣ୍ଡୋ ମୁରଲାଇ ମନୋହର ଦାଶ, କମାଣ୍ଡୋ ମହେଶ୍ବର ଧକଡ, ଏସ୍ଓଜି କମାଣ୍ଡୋ ମନୋହର ଭୂମିଆ, ମାଲକାନଗିରି ଠାରେ କାର୍ଯ୍ୟରତ କମାଣ୍ଡୋ ଶିବ ପ୍ରସାଦ ନାୟକ, ଏସ୍ଓଜି କମାଣ୍ଡୋ ଭବାନୀ ଶଙ୍କର ପତି, କମାଣ୍ଡୋ ଅର୍ଜୁନ ଚନ୍ଦ୍ର କୁରମୀ, କମାଣ୍ଡୋ ବିନୟ କୁମାର ମିଶ୍ର, କମାଣ୍ଡୋ ରାଜେଶ କୁମାର ଦେଵାନ, ଏସ୍ଓଜି ସବଇନ୍ସପେକ୍ଟର ରାଜେନ୍ଦ୍ର ଚୌଧୁରି, ଏସଓଜି ହାବିଲଦାର ସୁଖୀରାମ ରଣା, ଏସ୍ଓଜି କମାଣ୍ଡୋ ଗଣେଶ ଧରୁଆ, ଏସ୍ଓଜି କମାଣ୍ଡୋ ରବୀନ୍ଦ୍ର କୁମାର ପରମାଣିକ, ଏସ୍ଓଜି କମାଣ୍ଡୋ ପଦ୍ମନାଭ ରାୟ ଓ ଏସ୍ଓଜି କମାଣ୍ଡୋ ମଦନ ମୋହନ ପ୍ରଧାନଙ୍କୁ ପଦକ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe