୨୦୨୩ରେ ୨୮ଟି ସରକାରୀ ଛୁଟି: ସରକାରୀ ଚାକିରିଆଙ୍କ ୭ଟି ଛୁଟି ମାଡ଼ ଖାଇବ

Advertisment

୧୯ଦିନ ବ୍ୟାଙ୍କ ଛୁଟି

୧୯ଦିନ ବ୍ୟାଙ୍କ ଛୁଟି

୫ରେ ପଦ୍ମପୁରରେ ସରକାରୀ ଛୁଟି

BlogLet.Com

ଭୁବନେଶ୍ବର: ୨୦୨୩ରେ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀମାନେ ୨୮ଟି ସରକାରୀ ଛୁଟି ପାଇବେ। ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକ ୧୯ଦିନ ଛୁଟି ରହିବ। ଏନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ସରକାରୀ କର୍ମଚାରୀଙ୍କ ୭ଟି ଛୁଟି ମାଡ଼ ଖାଇଯିବ। ୭ଟି ପ୍ରମୁଖ ପର୍ବପର୍ବାଣୀ ଏଥର ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ଭଳି ଛୁଟି ଦିନରେ ପଡ଼ୁଥିବାରୁ ସରକାରୀ କର୍ମଚାରୀ ଅଧିକ ୭ଟି ଛୁଟି ପାଇବାରୁ ବଞ୍ଚିତ ହେବେ।

ରାଜସ୍ବ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ୨୦୨୩ରେ ଦ୍ବିତୀୟ ଶନିବାରରେ ମକର ସଂକ୍ରାନ୍ତି, ମହାଳୟା ପଡ଼ୁଥିବାବେଳେ ଚତୁର୍ଥ ଶନିବାରରେ ଇଦ୍‌-ଉଲ୍‌-ଫିତର୍‌, କୁମାର ପୂର୍ଣ୍ଣିମା, ରବିବାରରେ ପଞ୍ଚାୟତିରାଜ ଦିବସ, ମହାଅଷ୍ଟମୀ, କାଳୀପୂଜା ପଡ଼ୁଛି। ସେହିପରି ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀମାନେ ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ବ୍ରାହ୍ମ ସମାଜର ପ୍ରତିଷ୍ଠା ଦିବସ, ଇଷ୍ଟର ଶନିବାର, ରାଜା ରାମମୋହନ ରାୟ ଜୟନ୍ତୀ, ବାହୁଡ଼ା ଯାତ୍ରା, ଅଁଳା ନବମୀ, ପ୍ରଥମାଷ୍ଟମୀ ମଧ୍ୟରୁ ଯେ କୌଣସି ଦିନ ବିକଳ୍ପ ଛୁଟି ଭାବେ ନେଇପାରିବେ। ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ସିଏଲ୍‌ ନେଇପାରିବେ।

ଅପରପକ୍ଷେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ତୁଳନାରେ ବ୍ୟାଙ୍କ କର୍ମଚାରୀ ୯ଟି କମ୍‌ ଛୁଟି ପାଇବେ। ସୁବାଷ ବୋଷ ଜୟନ୍ତୀ, ଦୋଳ ପୂର୍ଣ୍ଣିମା, ବୁଦ୍ଧ ପୂର୍ଣ୍ଣିମା, ସାବିତ୍ରୀ ଅମାବାସ୍ୟା, ପହିଲି ରଜ, ମହରମ୍‌,ଝୁଲଣ ପୂର୍ଣ୍ଣିମା, ମହମ୍ମଦ ଜୟନ୍ତୀ, ମହାସପ୍ତମୀରେ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବାବେଳେ ବ୍ୟାଙ୍କଗୁଡ଼ିକ ଖୋଲା ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe