ଏମ୍‌ବିବିଏସ୍‌ରେ ୨୮, ବିଡିଏସ୍‌ରେ ୨୧ ସିଟ୍‌ ଖାଲି

Advertisment
ଏମ୍‌ବିବିଏସ୍‌ ଓ ବିଡିଏସ୍‌ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

The Sunday Guardian

ଭୁବନେଶ୍ବର : ରାଜ୍ୟର ୭ଟି ସରକାରୀ ଓ ଦୁଇଟି ଘରୋଇ କଲେଜରେ ଥିବା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ଶେଷ ହୋଇଛି। ଏହାପରେ ଏମ୍‌ବିବିଏସ୍‌ରେ ୨୮ଟି ସିଟ୍‌ ଖାଲି ଥିବା ବେଳେ ବିଡିଏସ୍‌ରେ ୨୧ଟି ସିଟ୍‌ ଖାଲି ଅଛି। ମିଳିଥିବା ସୂଚନା ଅନୁଯାୟୀ, ସର୍ବଭାରତୀୟ କୋଟା ଏବଂ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ପରେ ଆଜି ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ହୋଇଥିଲା। ଏଥିରେ ସର୍ବଭାରତୀୟ କୋଟା ନାମ ଲେଖା ପରେ ଫେରିଥିବା ୭୨ଟି ଏମ୍‌ବିବିଏସ୍‌ ସିଟ୍‌ ଓ ୭ଟି ବିଡିଏସ୍‌ ସିଟ୍‌ରେ ନାମଲେଖା ହୋଇଛି। ରାଜ୍ୟର ୭ଟି ସରକାରୀ ଓ ୨ଟି ଘରୋଇ ମେଡିକାଲ କଲେଜରେ ୧୫୧୩ଟି ସିଟ୍‌ ଥିବା ବେଳେ ସର୍ବଭାରତୀୟ କୋଟାରେ ନାମ ଲେଖା ଶେଷ ହେବା ପରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌କୁ ମିଶାଇ ୧୪୦୯ଟି ସିଟ୍‌ ଥିଲା। ଏଥିରୁ ଏବେ ସୁଦ୍ଧା ୧୩୬୦ଟି ସିଟ୍‌ ଆବଣ୍ଟନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe