ସୁନ୍ଦରଗଡ ଜିଲ୍ଲାର କୁତ୍ରାକୁ ଫେରୁଥିବା ୨୮ ଶ୍ରମିକଙ୍କୁ ଅଟକାଇଲା ଝାଡ଼ଖଣ୍ଡ ପୁଲିସ

Advertisment
ସୁନ୍ଦରଗଡ ଜିଲ୍ଲାର କୁତ୍ରାକୁ ଫେରୁଥିବା ୨୮ ଶ୍ରମିକଙ୍କୁ ଅଟକାଇଲା ଝାଡ଼ଖଣ୍ଡ ପୁଲିସ

ରାଉରକେଲା : ଝାଡଖଣ୍ଡର ଧାନବାଦରୁ ଚାଲି ଚାଲି ଆସୁଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ୨୮ ଜଣ ଶ୍ରମିକଙ୍କୁ ଅଟକାଇଛି ବୋକାରୋ ପୁଲିସ । ଶ୍ରମିକଙ୍କୁ ବୋକାରୋ ନିକଟସ୍ଥ ରାଜଗଙ୍ଗ ପଠାଯାଇଥିବା ବେଳେ ସେଠାରେ ପୁଲିସ ଏମାନଙ୍କର ଖାଇବା ଓ ରହିବା ବ୍ୟବସ୍ଥା କରିଛି । ସମସ୍ତେ ଭୋକ ଉପାସରେ ଘରକୁ ଫେରୁଥିଲେ l ସମସ୍ତଙ୍କର ଡାକ୍ତରୀ ଯାଞ୍ଚ କରିଥିବା ଜଣାପଡ଼ିଛିl

ଧାନବାଦ ନିକଟସ୍ଥ ରାଜଗଙ୍ଗର ଏକ କନଷ୍ଟ୍ରକ୍ସନ୍ କମ୍ପାନିରେ କାମ କରୁଥିଲେ । ଠିକାଦାର ଫେରାର ହୋଇଯାଇଥିବାରୁ ସମସ୍ତେ ଭୋକ ଉପାସରେ ନିଜ ଘରକୁ ଫେରିବା ପାଇଁ ଚାଲିଚାଲି ବାହାରିଥିଲେ। ଧାନବାଦରୁ ଆସୁଥିବା ଶ୍ରମିକଙ୍କ ମଧ୍ୟରୁ କୁତ୍ରା ବ୍ଲକ ସାଧୁମୁଣ୍ଡା ଗାଁର ୧୩ ଜଣ ଥିବା ବେଳେ ୧୫ ଜଣ ପାଖ ରାଇକକଚର ଗାଁର । ଏମାନେ ସମସ୍ତେ ଆଦିବାସୀ ।

publive-image

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଲୋକଙ୍କ ସୁବିଧା ପାଇଁ ଝାଡ଼ଖଣ୍ଡରେ ନୋଡାଲ ଅଫିସର ନିଯୁକ୍ତ କରିଥିବା ବେଳେ ଏହି ଆଦିବାସୀ ଶ୍ରମିକଙ୍କ ପାଖରେ କୌଣସି ସହାୟତା ପହଞ୍ଚି ପାରିନାହିଁ । ଏବେ ଝାଡ଼ଖଣ୍ଡ ପୁଲିସ ସହାୟତାରେ ସମସ୍ତଙ୍କର ଖାଇବାର ବ୍ୟବସ୍ଥା କରାଯାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe