୨୮୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

Advertisment
୨୮୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

Alcohol and Drug Foundation

ବୌଦ୍ଧ: ବୌଦ୍ଧ ଥାନା ଗୋଛାପଡ଼ା ଗାଁ’ ଛକରୁ ସୋମବାର ପୁଲିସ ୨୮୦ କେଜି ଗଞ୍ଜେଇ ଜବତ କରିଛି। ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୁଲିସ୍‌ ଏ ନେଇ ଥାନା କେସ ନଂ. ୧୮୪/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଜଣେ ବ୍ୟକ୍ତି ଗୋଛାପଡ଼ା ଗାଁ’ ଛକରେ ଗଞ୍ଜେଇ ବସ୍ତା ଜମା କରି ଚୋରାଚାଲାଣ ପାଇଁ ଗାଡ଼ିକୁ ଅପେକ୍ଷା କରିଥିବା ସୂଚନା ପୁଲିସକୁ ମିଳିଥିଲା।

ଏସ୍‌ଆଇ ତପନ ସ୍ବାଇଁଙ୍କ ନେତୃତ୍ବରେ ଗଠିତ ଏକ ସ୍ବତନ୍ତ୍ର ଦଳ ସେଠାରେ ଚଢ଼ଉ କରିଥିଲା। ତେବେ ଦୂରରୁ ପୁଲିସକୁ ଦେଖି ଗଞ୍ଜେଇ ଜଗିଥିବା ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲା। ଜମା କରାଯାଇଥିବା ୭ଟି ଜରି ବସ୍ତାରୁ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଓଜନ କରାଯିବା ପରେ ତାହା ୨୮୦ କେଜି ହୋଇଥିଲା। ଫେରାର ଅଭିଯୁକ୍ତ ଗୋଛାପଡ଼ା ଗ୍ରାମର ଅରବିନ୍ଦ ବାଘ (୩୫) ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe