କାନପୁର ଟେଷ୍ଟ: ନ୍ୟୁଜିଲାଣ୍ଡକୁ ୨୮୪ ରନ୍‌ର ବିିଜୟ ଲକ୍ଷ୍ୟ ଦେଲା ଭାରତ

କାନପୁର ଟେଷ୍ଟ: ନ୍ୟୁଜିଲାଣ୍ଡକୁ ୨୮୪ ରନ୍‌ର ବିିଜୟ ଲକ୍ଷ୍ୟ ଦେଲା ଭାରତ

କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରସ୍ଥିତ ଗ୍ରୀନ୍‌ ପାର୍କ ଷ୍ଟାଡିୟମ୍‌ରେ ଜାରିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ୨୩୪ ରନ୍‌ରେ ୨ୟ ଇନିଂସ ଘୋଷଣା କରିଛି। ପ୍ରଥମ ଇନିଂସର ଅଗ୍ରଣୀକୁ ମିଶାଇ ଭାରତ ୨୮୩ ରନ୍‌ରେ ଆଗୁଆ ରହିଛି। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୯୬ ରନ୍‌ କରିଥିବାରୁ ୨୮୪ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ସୂଚନାଯୋଗ୍ୟ ଭାରତ ପ୍ରଥମ ଇନିଂସରେ ୩୪୫ ରନ୍‌ ସଂଗ୍ରହ କରିଥିଲା।

ଚତୁର୍ଥ ଦିନର ଖେଳ ଶେଷ ବେଳକୁ ନ୍ୟୁଜିଲାଣ୍ଡ ଗୋଟିଏ ଓ୍ଵକେଟ ହରାଇ ୪ ରନ୍‌ ସଂଗ୍ରହ କରିଛି। ଭାରତ ବିପକ୍ଷରେ ଏହି ମ୍ୟାଚ୍‌ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ୯ଓ୍ଵିକେଟ୍‌ରେ ଆହୁରି ୨୮୦ ରନ୍‌ ଦରକାର ଅଛି।

୨ୟ ଇନିଂସରେ ଭାରତ ପକ୍ଷରୁ ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ଦଳ ପାଇଁ ସର୍ବାଧିକ ୬୫ ରନ୍‌ ସଂଗ୍ରହ କରିଥିଲେ। ସେ ୮ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ରନ୍‌ ହାସଲ କରିଥିଲେ। ଋଦ୍ଧିମାନ ଶାହ ଅପରାଜିତ ୬୧ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ରବିଚନ୍ଦ୍ରନ ଅଶ୍‌ିନ ୩୨ ରନ୍‌, ଅକ୍ଷର ପଟେଲ ୨୮ ରନ୍‌, ଚେତେଶ୍ୱର ପୂଜାରା ୨୨ ରନ୍‌ ଓ ମୟଙ୍କ ଅଗ୍ରଓ୍ଵାଲ ୧୭ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe