୨୮୫୪ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨ଲକ୍ଷ ୪୯ ହଜାର ୬୯୩କୁ ବୃଦ୍ଧି

୧୫ ଆକ୍ରାନ୍ତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ହେଲା ୧୦୦୬

୨୮୫୪ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨ଲକ୍ଷ ୪୯ ହଜାର ୬୯୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୮୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୫୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୯ ହଜାର ୬୯୩କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୫, ଗଞ୍ଜାମ ଜିଲ୍ଲାରୁ ୩୯, ବଲାଙ୍ଗୀର ଜିଲ୍ଲାରୁ ୯୭, ବାଲେଶ୍ବର ଜିଲ୍ଲାରୁ ୧୧୬, କୋରାପୁଟ ଜିଲ୍ଲାରୁ ୪୬, ଭଦ୍ରକରୁ ୬୬, ରାୟଗଡ଼ା ଜିଲ୍ଲାରୁ ୨୯, ପୁରୀ ଜିଲ୍ଲାରୁ ୧୧୪, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୩, ଜଗତସିଂହପୁର ଜିଲ୍ଲାରୁ ୬୮, ସମ୍ବଲପୁର ଜିଲ୍ଲାରୁ୧୧୩, କଳାହାଣ୍ଡି ଜିଲ୍ଲାରୁ ୧୦୫, ଯାଜପୁର ଜିଲ୍ଲାରୁ ୯୯, କନ୍ଧମାଳ ଜିଲ୍ଲାରୁ ୪୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୧, ମାଲକାନଗିରି ଜିଲ୍ଲାରୁ ୬୧, ଗଜପତି ଜିଲ୍ଲାରୁ ୧୯, ମୟୂରଭଞ୍ଜ ଜିଲ୍ଲାରୁ ୧୨୭ , ଝାରସୁଗୁଡ଼ା ଜିଲ୍ଲାରୁ ୧୦୫, ଢେଙ୍କାନାଳ ଜିଲ୍ଲାରୁ ୪୩, ନବରଙ୍ଗପୁର ଜିଲ୍ଲାରୁ ୯୨, କେନ୍ଦୁଝର ଜିଲ୍ଲାରୁ ୬୭, ସୁବର୍ଣ୍ଣପୁର ଜିଲ୍ଲାରୁ ୭୯, ଅନୁଗୁଳ ଜିଲ୍ଲାରୁ ୧୩୧, ବରଗଡ଼ ଜିଲ୍ଲାରୁ ୯୫, ନୂଆପଡ଼ା ଜିଲ୍ଲାରୁ ୮୩, ଦେବଗଡ଼ରୁ ୧୬ ଓ ବୌଦ୍ଧ ଜିଲ୍ଲାରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ମୋଟ୍ ୨,୨୦,୩୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮,୨୪୬ ରହିଛି। ଏଣେ କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୦୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe