୨.୮୬ କୋଟିରେ ନିଲାମ ହେଲା ଅର୍ପଣ ଚାଉଳ: କ୍ବିଣ୍ଟାଲ୍‌ ପିଛା ଦର ୨୭୮୦ ଟଙ୍କା

Advertisment

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ଅଗଣିତ ଭକ୍ତଙ୍କ ପ୍ରଦତ୍ତ ଅର୍ପଣ ଚାଉଳ ଶେଷରେ ନିଲାମ ହୋଇଛି। ୧୦ହଜାର ୩୨୨ କ୍ବିଣ୍ଟାଲ୍‌ ଚାଉଳ ୨ କୋଟି ୮୬ଲକ୍ଷ ୯୬ ହଜାର ଟଙ୍କାରେ ନିଲାମ ହୋଇଛି।

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ଅଗଣିତ ଭକ୍ତଙ୍କ ପ୍ରଦତ୍ତ ଅର୍ପଣ ଚାଉଳ ଶେଷରେ ନିଲାମ ହୋଇଛି। ୧୦ହଜାର ୩୨୨ କ୍ବିଣ୍ଟାଲ୍‌ ଚାଉଳ ୨ କୋଟି ୮୬ଲକ୍ଷ ୯୬ ହଜାର ଟଙ୍କାରେ ନିଲାମ ହୋଇଛି।

ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗର ସାଂଘାତିକ ଅଭିଯୋଗ: ମହାପ୍ରଭୁଙ୍କୁ ଲାଗି ହେଉଛି ‘ମାରା’ ଫୁଲ

ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ଅଗଣିତ ଭକ୍ତଙ୍କ ପ୍ରଦତ୍ତ ଅର୍ପଣ ଚାଉଳ ଶେଷରେ ନିଲାମ ହୋଇଛି। ୧୦ହଜାର ୩୨୨ କ୍ବିଣ୍ଟାଲ୍‌ ଚାଉଳ ୨ କୋଟି ୮୬ଲକ୍ଷ ୯୬ ହଜାର ଟଙ୍କାରେ ନିଲାମ ହୋଇଛି। ନିମାପଡ଼ାର ମା’ ତାରିଣୀ ରାଇସ୍‌ ମିଲ୍‌ କ୍ବିଣ୍ଟାଲ୍‌ ପିଛା ୨୭୮୦ ଟଙ୍କାରେ ସବୁ ଚାଉଳ କିଣିଛି। ଅର୍ପଣ ଚାଉଳରୁ ମିଳିଥିବା ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଅପରପକ୍ଷେ ଅର୍ପଣ ଚାଉଳରୁ ମିଳିଥିବା ଅର୍ଥରେ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ମାଗଣାରେ ବାଣ୍ଟିବାକୁ ବିଭିନ୍ନ ମହଲରୁ ଦାବି ‌ହୋଇଛି।

୧୦ହଜାର କ୍ବିଣ୍ଟାଲ୍‌ ଚାଉଳ ନେଲା ନିମାପଡ଼ାର ମା’ ତାରିଣୀ ରାଇସ୍‌ ମିଲ୍‌
ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ବିକ୍ରି ଅର୍ଥ

ଚଳିତବର୍ଷ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ମହାପ୍ରଭୁଙ୍କ ନାଁରେ ଅର୍ପଣ ରଥ ବୁଲିଥିଲା। ଅର୍ପଣ ରଥ ଜରିଆରେ ସାରା ରାଜ୍ୟରୁ ୧୪୦୧୭.୨୩ କ୍ବିଣ୍ଟାଲ୍‌ ଚାଉଳ ସଂଗ୍ରହ କରାଯାଇଥିଲା। ସେହିଭଳି ୩୯୪୯ଟି ନଡ଼ିଆ ଓ ୪୨୬ ବସ୍ତା ଗୁଆ ସଂଗ୍ରହ କରାଯାଇଥିଲା। ମିଳିଥିବା ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ। ସେହି ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଳ୍ପ କିଛି କ୍ବିଣ୍ଟାଲ୍‌ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବଣ୍ଟାଯାଇଥିଲା। ବାକି ୧୦,୩୨୨ କ୍ବିଣ୍ଟାଲ୍‌ ଚାଉଳ ପଡ଼ି ପଡ଼ି ନଷ୍ଟ ହେଉଥିଲା। ତେବେ ସଂପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ।

ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି, ଏହି ଆଧାରରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୧୦ହଜାର କ୍ବିଣ୍ଟାଲ୍‌ ଅର୍ପଣ ଚାଉଳ ପାଇଁ ସ୍ପଟ୍‌ ଅକ୍ସନ୍‌ ଡକାଯାଇଥିଲା। ନିଲାମ ପ୍ରକ୍ରିୟାରେ ୪ରୁ ଅଧିକ ମିଲର୍‌ ଅଂଶଗ୍ରହଣ କରିଥିଲେ। ନିମାପଡ଼ାର ମା’ ତାରିଣୀ ରାଇସ୍‌ ମିଲ୍‌ର ମାଲିକ ସୁରେଶ କୁମାର ମହାନ୍ତି କ୍ବିଣ୍ଟାଲ୍‌ ପିଛା ସର୍ବାଧିକ ୨ହଜାର ୭୮୦ ଟଙ୍କା ହିସାବରେ ୨ କୋଟି ୮୬ଲକ୍ଷ ୯୬ ଟଙ୍କା ଦେଇ ଚାଉଳ କିଣିଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ। ପ୍ରଶାସନର ଏହି ନିଷ୍ପତ୍ତିକୁ ସୁଆର ମହାସୁଆର ନିଯୋଗ ସ୍ବାଗତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe