୩ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ: ୬୨ଜଣ ୧୮ ବର୍ଷରୁ କମ୍ ବୟସର

Advertisment
ରାଜ୍ୟରେ ଆଜି ୨୪୫ କରୋନା ପଜିଟିଭ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ ୫୮, ୪୩ ଜଣ ୧୮ ବର୍ଷରୁ କମ୍ ବୟସର

The Financial Express

ଭୁବନେଶ୍ବର: ଆଜି ରାଜ୍ୟରେ ୩ ଶହ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ। ଗତକାଲି ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୬୨ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ୨୮୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୭ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ ଜଣ ବାଲେଶ୍ବର ଜିଲ୍ଲାରୁ ୫ ଜଣ, ବରଗଡ଼ରୁ ୧୦, ଭଦ୍ରକରୁ ୨ ଜଣ, ବଲାଙ୍ଗୀରରୁ ୧୧ ଜଣ, ବୌଦ୍ଧରୁ ୩, କଟକରୁ ୧୩ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୨, ଗଜପତିରୁ ୬ ଜଣ, ଗଞ୍ଜାମରୁ ୧, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦୁଝରରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୫୫, କୋରାପୁଟ ଜିଲ୍ଲାରୁ ୨ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନବରଙ୍ଗପୁରରୁ ୧୪ ଜଣ, ନୟାଗଡ଼ ଜିଲ୍ଲାରୁ ୬ ଜଣ, ନୂଆପଡ଼ାରୁ ୭, ପୁରୀରୁ ୩ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୧୬ ଜଣ, ସୋନପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୫୭ ଜଣ ଓ ଷ୍ଟେଟପୁଲରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୫, ୦୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୩, ୩୬୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୪୮୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe