୨୯, ୩୦ରେ ବିଜେଡିର କର୍ମଶାଳା

Advertisment
ଗଞ୍ଜାମ ବିଜେଡ଼ିରେ ଘଡ଼ିକେ ଘୋଡ଼ା ଛୁଟୁଛି: କାଲି ନିଲମ୍ବନ, ଆଜି ପ୍ରତ୍ୟାହାର, ପୁଣି ନିଲମ୍ବନ

jagaran.com

ଭୁବନେଶ୍ବର: ଅକ୍ଟୋବର ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ମାସେବ୍ୟାପୀ ହେବାକୁ ଥିବା ଏହି ପଦଯାତ୍ରାକୁ ସଫଳ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ କର୍ମକର୍ତ୍ତାଙ୍କୁ ଚିଠି ଲେଖି ଆହ୍ବାନ କରିଛନ୍ତି। ପଦଯାତ୍ରାକୁ ପ୍ରଭାବୀ ଢଙ୍ଗରେ କରିବାକୁ ବିଜେଡି ଅଣ୍ଟା ଭିଡ଼ିଛି। ଏଥି ପାଇଁ ଦଳ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଆୟୋଜନ କରାଯିବ। ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ଏହି କର୍ମଶାଳାରେ ବିଧାୟକ, ସାଂସଦଙ୍କ ସମେତ ସବୁ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେବେ। ୨୯ ତାରିଖରେ ଜିଲ୍ଲା, ଜୋନ୍, ବ୍ଲକ୍, ପୌରାଞ୍ଚଳର ଯୁବ, ଛାତ୍ର ଓ ମହିଳା ସଭାପତିଙ୍କ ସମେତ କଟକ ଓ ଭୁବନେଶ୍ୱରର ଛାତ୍ର ବିଜେଡି କ୍ୟାମ୍ପସ କମିଟି ସଦସ୍ୟ ଉପସ୍ଥିତ ରହିବେ। ୩୦ ରେ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ସଭ୍ୟ, ବ୍ଲକ ସଭାପତି, ବ୍ଲକ ଉପସଭାପତି, ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ରହିବେ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇଥିଲେ। ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିଦିନ ଜନତା ମଇଦାନରେ ବିଜେପି ପକ୍ଷରୁ ଏକ ବଡ଼ ସମାବେଶ ଆୟୋଜନ କରାଯାଉଛି। ଠିକ୍ ସେହିଦିନ ବିଜେଡି କର୍ମଶାଳା ଆୟୋଜନ କରୁଥିବାରୁ ରାଜଧାନୀର ରାଜନୈତିକ ପରିବେଶ ବେଶ୍‌ ଚଳଚଞ୍ଚଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe