୪ ଗୋରୁ ବୋଝେଇ ପିକଅପ୍‌ରୁ ୨୯ ଗାଈ-୫ ବଳଦ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ରାତି ୧ ଟା ସମୟରେ ୩୪ ଗୋରୁଙ୍କୁ ଉଦ୍ଧାର କରିଛି। ଏହା ସହିତ ୪ ପିକଅପ୍ ଜବତ କରାଯାଇଛି। ୮ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି....

29 cows, 5 bulls rescued from pickup truck carrying 4 cows

29 cows, 5 bulls rescued from pickup truck carrying 4 cows Photograph: (sambad.in)

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ରାତି ୧ ଟା ସମୟରେ ୩୪ ଗୋରୁଙ୍କୁ ଉଦ୍ଧାର କରିଛି। ଏହା ସହିତ ୪ ପିକଅପ୍ ଜବତ କରାଯାଇଛି। ୮ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ରାଇରଙ୍ଗପୁର ଅତିରିକ୍ତ ଏସପି ଯଦୁମଣି ଜେନାଙ୍କ ନିର୍ଦ୍ଦେଶକ୍ରମେ ମହୁଲଡିହା ଥାନା ଅଧିକାରୀ ଅରୁଣ କୁମାର ଟୁଡୁ,ଏଏସ ଆଇ ସଞ୍ଜୟ କୁମାର ନାଏକ,ବିକେ ସାଆନ୍ତେରା, ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ଏଵଂ ଦୁଇ ଥାନାର ପୁଲିସ କର୍ମଚାରୀ ୫୩ ନଂ ରାଜ୍ଯ ରାଜପଥ ଚିଆଁଵେଡା ଛକ ନିକଟରୁ ୪ ପିକଅପକୁ ଜଵତ କରି ମହୁଲଡିହା ଥାନାକୁ ଆଣିଛନ୍ତି। 

ଗାଡ଼ି ଗୁଡ଼ିକର ନମ୍ବର ଓଡି୦୧ଏ୮୯୧୨, ଓଆର୨୧ବି ୮୫୫୯,ଓଡି୦୧ଏଭି୧୭୧୪,ଓଡି୦୧ଏଡବ୍ଲୁ୭୮୦୭। ପିକଅପ୍‌ରେ ୨୯  ଗାଈ ଏଵଂ ୫ ବଳଦ ଚୋରା ଚାଲାଣ ହେଉଥିଲା।

ମହୁଲଡିହା ଥାନାରେ ଏନେଇ କେସ ନଂ ୭୩,୭୪,୭୫ ,୭୬/୨୦୨୫  ଦଫା ୩୦୩(୨)୩(୫) ବିଏନଏସରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଉଦ୍ଧାର ହୋଇଥିବା ୨୯ ଗାଈ ଏଵଂ ୫ ବଳଦଙ୍କୁ କେନ୍ଦୁଝର ଜିଲ୍ଲା ରାଜନଗର ସ୍ଥିତ ନନ୍ଦିନୀ ଗୋ ଶାଳାକୁ ପଠାଇ ଦିଆଯାଇଛି।

ଅଟକ ଡ୍ରାଇଭରମାନଙ୍କର ନାମ ସୋମନାଥ ନାଏକ(୪୦) ତ୍ରିନାଥ ମୁଣ୍ଡା (୩୩) କଣ୍ଡୁରି ସିଂ(୨୪) ବିଷ୍ନୁ ବାଗ(୩୩) ପଙ୍କଜ ପ୍ରଧାନ(୨୩), ସୁକୁଲୁ ଟୁଡୁ(୨୪), ରବିନ୍ଦ୍ର ସୟ(୧୮) କୁନା ବେସରା(୨୨) ବୋଲି ଥାନା ଅଧିକାରୀ ଅରୁଣ କୁମାର ଟୁଡୁ ସୁଚନା ଦେଇଛନ୍ତି।

Mayurbhanj | Crime | illegal cow trafficking

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe