୨୯ ଜିଲ୍ଲା ବୁଲିବେ ମନ୍ତ୍ରୀ

Advertisment

ରାଜ୍ୟରେ ବିଜେପି ସରକାର ଗଠନକୁ ଆଜି ୧୦୦ଦିନ ପୂରିଛି। ଏହି ଉପଲକ୍ଷେ ଆଜି ପୁରୀରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୦୦ଦିନରେ ବିଜେପି ସରକାର କିପରି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛି ତାହା କହିଛନ୍ତି।

ରାଜ୍ୟରେ ବିଜେପି ସରକାର ଗଠନକୁ ଆଜି ୧୦୦ଦିନ ପୂରିଛି। ଏହି ଉପଲକ୍ଷେ ଆଜି ପୁରୀରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୦୦ଦିନରେ ବିଜେପି ସରକାର କିପରି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛି ତାହା କହିଛନ୍ତି।

bjp flag

tennews.in

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଗଠନକୁ ଆଜି ୧୦୦ଦିନ ପୂରିଛି। ଏହି ଉପଲକ୍ଷେ ଆଜି ପୁରୀରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୦୦ଦିନରେ ବିଜେପି ସରକାର କିପରି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛି ତାହା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ୧୫ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ବୁଲି ସରକାରଙ୍କ ୧୦୦ଦିନର ସଫଳତାର ପ୍ରଚାର କରିବେ। ଏଥିପାଇଁ ମନ୍ତ୍ରୀଙ୍କ 
ମଧ୍ୟରେ ଜିଲ୍ଲା ବଣ୍ଟା ହୋଇଛି। 

ରାଜ୍ୟ ସରକାରଙ୍କ ତରଫରୁ ୪ଦିନରେ ୩୦ଟି ଜିଲ୍ଲାରେ ୩୦ଟି ସମାବେ‌ଶ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଆଜି ପୁରୀରେ ଏହି ଉତ୍ସବ ଆରମ୍ଭ ହୋଇଛି। ଆସନ୍ତା ୩ଦିନରେ ବାକି ୨୯ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସମାବେଶ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ୧୬ଜଣ ସଦସ୍ୟ ଜିଲ୍ଲା ବୁଲିବେ। ଏହି କାର୍ଯ୍ୟକ୍ରମରେ ଉକ୍ତ ଜିଲ୍ଲାର ବିଜେପି ସାଂସଦ, ବିଧାୟକ ଓ ବରିଷ୍ଠ ବିଜେପି ନେତାମାନେ ‌େଯାଗଦେଇ ୧୦୦ଦିନରେ କିପରି ମୋହନ ସରକାର କଥା ଦେଇ କଥା ରଖିଛନ୍ତି, ନିର୍ବାଚନବେଳେ ଦେଇଥିବା କେଉଁ କେଉଁ ପ୍ରତିଶ୍ରୁତି ପୂରଣ ହୋଇଛି, ଆଗକୁ କ’ଣ କ’ଣ ପୂରଣ ହେବ ତାହା ଲୋକଙ୍କୁ ଜଣାଇବେ। ଏହାସହ ସୁଭଦ୍ରା ଯୋଜନାରେ କିପରି ଅଧିକ ମହିଳା ସାମିଲ୍ ହେବେ ସେନେଇ ଲୋକଙ୍କୁ ସଚେତନ କରାଇବେ। ବଜେଟ୍‌ରେ କେଉଁ ବିଭାଗର କେଉଁ ଯୋଜନା ପାଇଁ କେତେ ଅର୍ଥ ବରାଦ ହୋଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର କିପରି ଓଡ଼ିଶାର ବିକାଶ ପାଇଁ ଅନୁଦାନ ଦେଉଛନ୍ତି, ରେଳ ଓ ସଡ଼କ ଉନ୍ନତୀକରଣ ପାଇଁ କେତେ ଅର୍ଥ ବରାଦ ହୋଇଛି, ଆବାସରେ କିପରି ନୂଆ ଘର ମିଳିବ ସେନେଇ ଲୋକଙ୍କୁ ଜଣାଇବେ। 

ମୁଖ୍ୟମନ୍ତ୍ରୀ ଆଜି ପୁରୀରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେଇଥିବାବେଳେ ୨୨ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ୨୦ରେ ଢେଙ୍କାନାଳ ଓ ୨୧ରେ କଟକ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୨୧ରେ ଜଗତସିଂହପୁର ଓ ୨୨ରେ କେନ୍ଦ୍ରାପଡ଼ା, ମନ୍ତ୍ରୀ ସୁରେଶ ପୂଜାରୀ ୨୧ରେ ଝାରସୁଗୁଡ଼ା ଓ ୨୨ରେ ସୁନ୍ଦରଗଡ଼, ମନ୍ତ୍ରୀ ରବି ନାରାୟଣ ନାଏକ ୨୦ରେ ଦେବଗଡ଼ ଓ ୨୧ରେ ସମ୍ବଲପୁର, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ୨୦ରେ ନବରଙ୍ଗପୁର ଓ ୨୧ରେ କୋରାପୁଟ ଓ ୨୨ରେ ମାଲକାନଗିରି, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୨୨ରେ ବାଲେଶ୍ବର, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ୨୧ରେ ଅନୁଗୁଳ ଓ ୨୨ରେ ବରଗଡ଼, ମନ୍ତ୍ରୀ ମୁକେଶ ମହାଲିଙ୍ଗ ୨୦ରେ ସୁବର୍ଣ୍ଣପୁର ଓ ୨୧ରେ ବଲାଙ୍ଗୀର, ମନ୍ତ୍ରୀ ବିଭୁତିଭୂଷଣ ଜେନା ୨୧ରେ ଗଜପତି ଓ ୨୨ରେ ଗଞ୍ଜାମ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ୨୦ରେ ଖୋର୍ଦ୍ଧା, ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ୨୦ରେ ରାୟଗଡ଼ା ଓ ୨୧ରେ ନୂଆପଡ଼ା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦ରେ ଯାଜପୁର ଓ ୨୧ରେ ଭଦ୍ରକ, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ୨୦ରେ ନୟାଗଡ଼, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ୨୧ରେ ବୌଦ୍ଧ ଓ ୨୨ରେ କନ୍ଧମାଳ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ୨୦ରେ କଳାହାଣ୍ଡିରେ ଆୟୋଜନ ହେବାକୁ ଥିବା ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe